88

ସାମ୍ବାଦିକଙ୍କ ସହ ମଧୁଚନ୍ଦ୍ରିକା କରି ଜଙ୍ଗଲ ସଫା କରୁଛି ବନ ବିଭାଗ

ଭୁବନେଶ୍ୱର: ଜଣେ ସାମ୍ବାଦିକ ଙ୍କ ସହ ମଧୁଚନ୍ଦ୍ରିକା କରି ଅଞ୍ଚଳରେ ଜଙ୍ଗଲ ସଫା କରିବାରେ ଲାଗିଛି ବନ ବିଭାଗ |ସାମ୍ବାଦିକ ଜଣକ କାଠ ମାଲିକ ସାଜି ଜଙ୍ଗଲ କାଟିବାରେ ଲାଗିଛନ୍ତି | ସାମ୍ବାଦିକ ଜଣକ ହେଉଛନ୍ତି ରଞ୍ଜନ ଦାସ ଯିଏକି ଫୋକସ ପ୍ଲସ ଚାନେଲ ଜିଲ୍ଲା ପ୍ରତିନିଧି ବୋଲି ଗ୍ରାମବାସୀ କହିଛନ୍ତି | “ମୋର ବନ ବିଭାଗ ସହ ଭଲ ସମ୍ପର୍କ ଅଛି ଏବଂ ମୁଁ ସେମାନଙ୍କ ଅନୁମତି ନେଇ ଗଛ କଟାଉଛି” ବୋଲି କହି ଗ୍ରାମବାସୀଙ୍କୁ ଭୁଆଁ ବୁଲାଉଥିଲେ କିନ୍ତୁ ଧରା ପଡିଗଲେ | ଏଭଳି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ | କୁମିବେଡା ଗ୍ରାମରେ ଥିବା ନୀଳଗିରି ଜଙ୍ଗଲକୁ ଗତକାଲି ସାମ୍ବାଦିକ ଜଣକ କିଛି ଲୋକଙ୍କୁ ନେଇ ଗଛ କଟାଉଥିଲେ ଏବଂ ତିନୋଟି ଟ୍ରାକ୍ଟର ରେ କାଠ ଲୋଡ଼ କରି ନେଉଥିବା ବେଳେ ଗ୍ରାମବାସୀ ଙ୍କ ହାତରେ ଧରାପଡ଼ିଗଲେ | ଗ୍ରାମବାସୀ ତୁରନ୍ତ ବନ ବିଭାଗ କୁ ଖବର ଦେବା ମାତ୍ରେ ଗୋଟିଏ ଟ୍ରାକ୍ଟର କାଠ ଫିଙ୍ଗି ଚମ୍ପଟ ମାରିଥିଲା ଏବଂ ଦୁଇଟି ଟ୍ରାକ୍ଟର କୁ କାଠ ସହ ଜିମା ଦେଇଛନ୍ତି ଗ୍ରାମବାସୀ | ସକାଳେ ଏସବୁ ବିଷୟ ରଫାଦଫା କରିବାକୁ ସାମ୍ବାଦିକ ଜଣକ ଗ୍ରାମବାସୀ ଙ୍କ ନିକଟ କୁ ଯାଇ ପ୍ରଲୋଭନ ଦେଖାଇଥିଲେ କିନ୍ତୁ ଗ୍ରାମବାସୀ ମାନି ନ ଥିଲେ | ସାମ୍ବାଦିକ ଙ୍କ ଏକ କାର ନଂ ଓଡି ୩୩ବି ୯୧୭୧ ମଧ୍ୟ ଘଟଣା ସ୍ଥଳରେ ଥିଲା କିନ୍ତୁ ବନ ବିଭାଗ ଉକ୍ତ ଗାଡିଟିକୁ ଜବତ ନ କରି ଛାଡିଦେଇଥିଲେ | ସାମ୍ବାଦିକ ଜଣକ ନିଜକୁ କାଠ ମାଲିକ ବୋଲି ପରିଚୟ ଦେବା ସତ୍ୱେ ବନ ବିଭାଗ କୌଣସି ପଦକ୍ଷେପ ନେଉନାହାନ୍ତି | ଏଥିରୁ ସ୍ପଷ୍ଟ ହେଉଛି ଯେ ସାମ୍ବାଦିକ ଓ ବନ ବିଭାଗ ର ମଧୁଚନ୍ଦ୍ରିକା ରେ ଅଞ୍ଚଳ ର ଜଙ୍ଗଲ ସଫା ଚାଲିଛି | ସେପଟେ ଜିଲ୍ଲା ବନାଞ୍ଚଳ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ ଫୋନ ରିସିଭ କରୁନାହାନ୍ତି | ତେବେ ସାମ୍ବାଦିକଙ୍କ ସହ ବନ ବିଭାଗର ସତରେ କି ମଧୁଚନ୍ଦ୍ରିକା ରହିଛି ତାହା ଦେଖିବାକୁ ବାକି ରହିଲା |

Spread the love