155

ଅଶ୍ଳୀଳ ଭିଡ଼ିଓ ଡାଉନଲୋଡ଼ କଲେ ଯିବେ ଜେଲ !

ଭୁବନେଶ୍ୱର: ଚାଇଲ୍ଡ ପର୍ଣ୍ଣୋଗ୍ରାଫିକୁ ନେଇ ସୁପ୍ରିମ କୋର୍ଟ ଦେଲେ ବଡ ରାୟ । ୧୮ବର୍ଷରୁ କମ୍‌ ବୟସ୍କଙ୍କୁ ଅଶ୍ଳୀଳ ଭାବେ ଚିତ୍ରଣ କରିବା ଅପରାଧ। କେବଳ ସେତିକି ନୁହେଁ ସେମାନଙ୍କର ଅଶ୍ଳୀଳ ଭିଡିଓକୁ କୌଣସି ପ୍ଲାଟଫର୍ମ ରେ ଅପଲୋଡ କରିବା କିମ୍ବା ଅନ୍ୟମାନଙ୍କୁ ପାଖକୁ ପଠାଇବାକୁ ମଧ୍ୟ ଅପରାଧ ବୋଲି ବିବେଚନା କରାଯିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଡାଉନଲୋଡ୍ କିମ୍ବା ଦେଖିବା POCSO ଅଧିନିୟମ ଅନୁଯାୟୀ ଅପରାଧ ବୋଲି ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ | ଚାଇଲ୍ଡ ପର୍ଣ୍ଣୋଗ୍ରାଫି ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୨୦୧୯ ମସିହାରେ POCSO ଆକ୍ଟରେ ପରିବର୍ତ୍ତନ କରିଥିଲେ। ଧାରା ୧୪ ଏବଂ ୧୫ ଅନୁଯାୟୀ, ଯଦି କେହି ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଡାଉନଲୋଡ୍ କରନ୍ତି, ସେୟାର କରନ୍ତି କିମ୍ବା ଦେଖନ୍ତି ତେବେ ତାଙ୍କୁ ୩ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ, ଜୋରିମାନା କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯାଇପାରେ ।

ଏହା ବ୍ୟତୀତ ଯଦି କୌଣସି ବ୍ୟକ୍ତି ବିଶେଷ ଚାଇଲଡ ପର୍ଣ୍ଣୋଗ୍ରାଫି ବ୍ୟବସାୟ କରନ୍ତି ତେବେ ଅତି କମ୍‌ରେ ତିନି ବର୍ଷ ଜେଲ ବା ଜୋରିମାନା କିମ୍ବା ଉଭୟ ଦଣ୍ଡବିଧାନର ବ୍ୟବସ୍ଥା ରହିଛି । ଯଦି ଦ୍ୱିତୀୟ ଥର ପାଇଁ ସେହି ବ୍ୟକ୍ତି ଏପରି କରନ୍ତି ତେବେ ଏହି ଦଣ୍ଡାଦେଶକୁ ପାଞ୍ଚରୁ ସାତ ବର୍ଷକୁ ବୃଦ୍ଧି କରାଯାଇପାରେ ।

ଭାରତରେ ଅନ୍‌ଲାଇନ୍ ପର୍ଣ୍ଣ ଦେଖିବା ବେଆଇନ ନୁହେଁ, କିନ୍ତୁ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ ୨୦୦୦ ରେ ପର୍ଣ୍ଣ ଭିଡିଓ ତିଆରି, ପ୍ରକାଶନ ଏବଂ ପ୍ରସାରଣ ଉପରେ ରହିଛି ନିଷେଧାଦେଶ । ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ ୨୦୦୦ର ଧାରା ୧୭ ଏବଂ ୬୭A ରେ ମଧ୍ୟ ୩ବର୍ଷ ଜେଲ୍ ସହିତ ଏହି ଅପରାଧ କରୁଥିବା ବ୍ୟକ୍ତିଙ୍କ ପାଇଁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନାର ବ୍ୟବସ୍ଥା ରହିଛି। ଏହା ବ୍ୟତୀତ ଆଇପିସିର ଧାରା ୨୯୨, ୨୯୩, ୫୦୦, ୫୦୬ ରେ ମଧ୍ୟ ଆଇନ ସମ୍ବନ୍ଧୀୟ ବ୍ୟବସ୍ଥା କରାଯାଇଛି। ଏ କ୍ଷେତ୍ରରେ POCSO ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଏ ।

Spread the love