ଜଗତସିଂହପୁର: ବନ୍ଦର ନଗରି ପାରାଦୀପର ପ୍ରସିଦ୍ଧ ଦେବଶିଳ୍ପୀ ବିଶ୍ୱକର୍ମା ପୂଜାରେ ଚଳିତ ବର୍ଷ ବେଶ୍ ଧୂମଧାମରେ ପାଳନ କରାଯାଉଛି ।ବିଭିନ୍ନ ଶିଳ୍ପାନୁଷ୍ଠାନ ତଥା ୟୁନିୟନ ଗୁଡିକ ଓ ଯାନବାହନ ମାଲିକମାନଙ୍କ ଏବଂ ଛୋଟ ବଡ କୀରି ପ୍ରାୟ ୩୦ରୁ ଅଧିକ ପୂଜାମଣ୍ଡପରେ ପୂଜାପାଉଛନ୍ତି ଦେବଶିଳ୍ପୀ ବିଶ୍ୱକର୍ମାପୂଜା।ସଂନ୍ଧ୍ୟା ହେଲେ ଓଡ଼ିଶାର କୋଣ ଅନୁକୋଣରୁ ପାରାଦୀପ ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ସୁନ୍ଦର ମୋଢ ତୋରଣ ଦେଖିବାକୁ ନାଇ ନଥିବାର ଭିଡ ଦେଖିବାକୁ ମିଳୁଛି ।ଚଳିତ ବର୍ଷ ସୁନ୍ଦର ତୋରଣ ସାଙ୍ଗକୁ ବିଭିନ୍ନ ପ୍ରକାରର ସୁସଜ୍ଜିତ ମେଢ ଏବଂ ବିଭିନ୍ନ ପ୍ରକାର ଦୋକାନ ଖାନା ଖଜାନାର ଚଟପଟି ମଜାଉଠାଉଛନ୍ତି ଲୋକମାନେ।ତା ସହିତ ଯାତ୍ରାପାର୍ଟିର ନାଟକ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ବେଶ୍ ଉପଭେଗ କରୁଛନ୍ତି ଦର୍ଶକମାନେ।ତେବେ ଏନେଇ ପାରାଦୀପ ପୌରପ୍ରଶାସନ ଏବଂ ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟପକ ବ୍ୟବସ୍ଥା ସହିତ ଗ୍ରହଣ କରାଯାଇଛି ।
86