ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଂଚଳର ସଦାଶିବ ସୁକୁମାର ଉଚ୍ଚ ବିଦ୍ୟାଳୟରେ ୬୮ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଫୁଟବଲ ଟୁର୍ନାମେଣ୍ଟ ୨୦୨୪ ର ଉଦଘାଟନି ସମାରୋହ ଅନୁଷ୍ଠିତ ହୋଇଯାଇଛି | ନବରଙ୍ଗପୁର ଜିଲ୍ଲା କ୍ରୀଡା ସଭାପତି ତଥା ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ଓ ନବରଙ୍ଗପୁର ଜିଲ୍ଲା ଶିକ୍ଷାଧିକାରୀ ଛତ୍ରପତି ସାହୁଙ୍କ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ସମ୍ମାନୀତ ଅତିଥି ଭାବେ ରାଜ୍ୟସଭା ସାଂସଦ ମୁଜିବୁଲ୍ଲା ଖାଁ ଯୋଗଦେଇ ଜିଲ୍ଲା କ୍ରୀଡ଼ା ପତାକା ଉତ୍ତୋଳନ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ମହାପ୍ରଭୁ ଜଗନ୍ନାଥ ଙ୍କ ପାଖରେ ଶୁଭ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା । ପରେ ଜାତୀୟ ସଙ୍ଗୀତ ଗାନକରି ଖେଳାଳୀମାନଙ୍କର ମାର୍ଚ୍ଚ ଫାଷ୍ଟ ହୋଇଥିଲା। କ୍ରୀଡ଼ା ପତକା ଉତ୍ତୋଳନ ପରେ କ୍ରୀଡା ସଞ୍ଚାଳକ ଖେଳାଳି ମାନଙ୍କୁ ଶପଥ ପାଠ କରାଇଥିଲେ। ଉକ୍ତ କାର୍ଯ୍ୟକ୍ରମ ଟି କୁ ନବରଙ୍ଗପୁର ଜିଲ୍ଲା ଅତିରିକ୍ତ ଜିଲ୍ଲାଶିକ୍ଷା ଅଧିକାରୀ ରେଶମଲାଲ ନାୟକ , ନବରଙ୍ଗପୁର ଜିଲ୍ଲା ଶାରିରୀକ ଶିକ୍ଷାଧିକାରୀ ପ୍ରଭାତ କୁମାର ପଟ୍ଟନାୟକ ଓ ନବରଙ୍ଗପୁର ଜିଲ୍ଲା ର ସମସ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପରିଚାଳନା କରିଥିଲେ। ଏହି ଫୁଟବଲ ପ୍ରତିଯୋଗିତା ରେ 29 ଟି ଜିଲ୍ଲା ରୁ ସର୍ବମୋଟ 52 ଟି ଦଳ ଅଂଶଗ୍ରହଣ କରିଥିଲେ । ସେମାନେ ଙ୍କ ମଧ୍ୟରୁ ୩୦ଟି ଛାତ୍ର ଦଳ ଓ ୨୨ଟି ଛାତ୍ରୀ ଦଳ ପ୍ରତିଯୋଗିତାରେ ଭାଗନେଇଥିଲେ | ଅନ୍ୟମାନଙ୍କ ମଧ୍ୟରେ ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରୋହିତ କୁମାର ବର୍ମା , ଝରିଗାଁ ବିଧାୟକ ନରସିଂ ଭତ୍ରା, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ , ନବରଙ୍ଗପୁର ବିଧାୟକ ଗୈରୀଶଙ୍କର ମାଝୀ, ରାଜ୍ୟ ସଭା ସାଂସଦ ମୁଜିବୁଲ୍ଲା ଖାଁ, ଶାରୀରିକ ଶିକ୍ଷା ସହକାରୀ ନିର୍ଦେଶକ ଜ୍ୟୋତି ପ୍ରସାଦ ପରିଡା ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇଥିଲେ | କାର୍ଯ୍ୟକ୍ରମ ଶେଷରେ ଉମରକୋଟ ଗୋଷ୍ଠୀ ଶିକ୍ଷାଧିକାରୀ ବିକାଶ ସରକାର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
122