100

ଆନ୍ଦୋଳନ ପ୍ରତ୍ୟାହାର ନିଷ୍ପତ୍ତି ନେଲେ ପଶ୍ଚିମବଙ୍ଗ ଜୁନିୟର ଡାକ୍ତର ସଂଘ

ଭୁବନେଶ୍ୱର: ଆନ୍ଦୋଳନରୁ ଉଠିବେ ପଶ୍ଚିମବଙ୍ଗ କନିଷ୍ଠ ଡାକ୍ତର। ଆରଜି କର ମେଡିକାଲର ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ମାମଲାରେ ଚାଲିଥିବା ଡାକ୍ତର ଆନ୍ଦୋଳନରେ ଲାଗିବ ବିରାମ। ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି ଅଭୟାଙ୍କୁ ନ୍ୟାୟ ଦାବିରେ ୪୧ ଦିନ ହେଲା ଆନ୍ଦୋଳନ କରୁଥିବା ଜୁନିଅର ଡାକ୍ତର ସଂଘ । ଆଜିଠାରୁ ଜରୁରୀ ମେଡିକାଲ୍ ସେବାରେ ଯୋଗ ଦେବେ ଡାକ୍ତର ମାନେ । ହେଲେ OPDରେ ସେବା ଯୋଗାଇବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ତେବେ ଧାରଣା ଓ ବିକ୍ଷୋଭ ବନ୍ଦ ହେଲେ ବି ଅଭୟା ନ୍ୟାୟ ପାଇବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଡାକ୍ତର ସଂଘ କହିଛି । ପଶ୍ଚିମବଙ୍ଗର ବନ୍ୟା ପ୍ରଭାବିତ ଅଞ୍ଚଳରେ ଅଭୟା କ୍ୟାମ୍ପ୍ ନାଁରେ ଏକ କ୍ୟାମ୍ପ କରି ଆନ୍ଦୋଳନକୁ ଆଗକୁ ନେବାକୁ ନିଷ୍ପତି ନେଇଛି ସଂଘ |

ସେପଟେ କୋଲକାତା ଆରଜି କର ମେଡିକାଲ୍ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ରେଜିଷ୍ଟ୍ରେସନ ବାତିଲ। ଜୁନିଅର ଡାକ୍ତରକୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ବିବାଦରେ ଥିବା ସନ୍ଦୀପଙ୍କ ଡାକ୍ତରୀ ପଞ୍ଜିକରଣକୁ ବାତିଲ କରିଛି ପଶ୍ଚିମବଙ୍ଗ ମେଡିକାଲ୍ କାଉନସିଲ୍। ସନ୍ଦୀପଙ୍କୁ ମେଡିକାଲ କାଉନସିଲ ପକ୍ଷରୁ ଗତ ୬ ତାରିଖରେ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା। କିନ୍ତୁ ନୋଟିସ ଦେବାର ୧୩ ଦିନ ବିତିଥିଲେ ବି ସେ ଏହାର ଉତ୍ତର ଦେଇନଥିଲେ। ସେ ଦୃଷ୍ଟିରୁ ତାଙ୍କର ତତ୍କାଳ ରେଜିଷ୍ଟ୍ରେସନ ବାତିଲ ନେଇ କାଉନସିଲ ନିଷ୍ପତ୍ତି ନେଇଛି। ଆର୍ଥିକ ଦୁର୍ନୀତି ମାମଲାରେ ପୂର୍ବରୁ ସନ୍ଦୀପଙ୍କୁ ଗିରଫ କରି ସାରିଛି CBI ।

Spread the love