94

କମାଲ କଲେ ଯୁଗରାଜ ସିଂ

ଭୁବନେଶ୍ବର: ଅଲିମ୍ପିକ୍ସ ପରେ ଆଉ ଏକ ମେଗା ଇଭେଣ୍ଟରେ କମାଲ କଲେ ଭାରତୀୟ ପୁରୁଷ ହକି । ପଞ୍ଚମ ଥର ପାଇଁ ଏସିଆନ ଚାମ୍ପିଅନ୍ସ ଟ୍ରଫି ଚାମ୍ପିଅନ ହୋଇଛି ଟିମ ଇଣ୍ଡିଆ । ଫାଇନାଲ ମୁକାବିଲାରେ ଚୀନକୁ ୧-୦ ଗୋଲରେ ହରାଇ ବିଜେତା ହୋଇଛି ମେନ୍ ଇନ୍ ବ୍ଲୁ ।ଫାଇନାଲ ମୁକାବିଲା ରହିଥିଲା କଡ଼ା ସଂଘର୍ଷପୂର୍ଣ୍ଣ । ଉଭୟ ଦଳ ପରସ୍ପରକୁ ତୃତୀୟ କ୍ୱାର୍ଟର ପର୍ଯ୍ୟନ୍ତ କୌଣସି ଗୋଲ୍ କରିବାକୁ ସୁଯୋଗ ଦେଇନଥିଲେ । ମାତ୍ର ନିର୍ଣ୍ଣାୟକ ହୋଇଥିଲା ଶେଷ କ୍ୱାର୍ଟର । ମ୍ୟାଚର ୫୧ତମ ମିନିଟରେ ଭାରତ ପକ୍ଷରୁ ଏକମାତ୍ର ତଥା ବିଜୟ ଗୋଲ୍ କରିଥିଲେ ଯୁଗରାଜ ସିଂ ।

ପୂର୍ବରୁ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟର ଆରମ୍ଭରେ ଭାରତ ଓ ଚୀନ ମୁହାଁମୁହିଁ ହୋଇଥିଲେ । ଏଥିରେ ଶକ୍ତିଶାଳୀ ଭାରତୀୟ ଟିମ ୩-୦ରେ ବିଜୟୀ ହୋଇଥିଲା । ହରମନପ୍ରିତ ସିଂଙ୍କ ନେତୃତ୍ୱରେ ଭାରତୀୟ ଟିମ ଏସିଆନ ଚାମ୍ପିଅନ୍ସ ଟ୍ରଫିରେ ଦମଦାର ପ୍ରଦର୍ଶନ ସହ ଟ୍ରଫି ଦାବିଦାର ରହିଥିଲା ।  ମ୍ୟାଚର ପ୍ରଥମ ୯ ମିନିଟରେ ଭାରତକୁ ପ୍ରଥମ ପେନାଲିଟି କର୍ଣ୍ଣର ମିଳିଥିଲା । ମାତ୍ର ଚୀନ ଆକର୍ଷଣୀୟ ଡିଫେଣ୍ଡିଂ ସହ ଲଢ଼ୁଆ ପ୍ରଦର୍ଶନ କରିଥିଲା । ତେବେ ଚତୁର୍ଥ କ୍ୱାର୍ଟର ଆରମ୍ଭ ପର୍ଯ୍ୟନ୍ତ ଉଭୟ ଟିମ ଗୋଲ୍ ଶୂନ୍ୟ ରହିଥିଲେ । ଶେଷରେ ବାଜି ମାରିଥିଲା ଭାରତ । ପୂର୍ବରୁ ଭାରତୀୟ ଟିମ ଅପରାଜେୟ ରହିବା ସହ ପାକିସ୍ତାନ ଓ କୋରିଆକୁ ହରାଇ ଫାଇନାଲରେ ପହଞ୍ଚିଥିଲା ।

Spread the love