182

ଟାୱାର ପାଚେରୀ ପାର୍ଶ୍ଵରୁ ନାବାଳିକା ର ମୃତଦେହ ଉଦ୍ଧାର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଅଧୀନରେ ଥିବା କଣ୍ଟାଗାଁ ସଦର ପଂଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟସ୍ଥ ମୋବାଇଲ ଟାୱାର ପାଚେରୀ ପାର୍ଶ୍ଵରୁ ଜଣେ ନାବାଳିକାର ମୃତଦେହ ଉଦ୍ଧାର କରାଯାଇଛି |ନାବାଳିକା ଜଣକ ମଙ୍ଗଳବାର ମଧ୍ୟାହ୍ନ ରେ ସୌଚ ହେବାକୁ ଯାଉଛି କହି ଘରୁ ବାହାର କୁ ଯାଇଥିଲେ | ବହୁ ସମୟ ଧରି ଝିଅ ଘରକୁ ନ ଫେରିବାରୁ ଘର ଲୋକେ ଚିନ୍ତା ରେ ପଡ଼ିଥିଲେ | ବିଭିନ୍ନ ସ୍ଥାନରେ ଝିଅକୁ ପରିବାର ଲୋକେ ଖୋଜା ଖୋଜି କରିଥିଲେ କିନ୍ତୁ ପତ୍ତା ମିଳିନଥିଲା | ଝିଅର ସାଙ୍ଗ ସାଥି ଏବଂ ପଡୋଶୀ ଙ୍କୁ ପଚରା ଉଚରା କରିବା ପରେ ମଧ୍ୟ କିଛି ସୂଚନା ମିଳିନଥିଲ | ରାତି ପ୍ରାୟ ୮ଟା ସମୟରେ ମୋବାଇଲ ଟାୱାର ପାଚେରୀ ପାର୍ଶ୍ଵରେ ଝିଅର ମୃତ ଶରୀର ପଡ଼ିଥିବା ପରିବାର ଲୋକେ ଦେଖିଥିଲେ | ଝିଅର ଦୁଇ ହାତ ବନ୍ଧା ଯାଇଥିବାରୁ ପାରିପାର୍ଶ୍ଵିକ ସ୍ଥିତିରୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି | ଖବର ପାଇ ତେନ୍ତୁଳୀଖୁଣ୍ଟି ଥାନା ଅଧିକାରୀ ଗୋପାଳକୃଷ୍ଣ ଆଗୁପାତ୍ର ସନ୍ଧାନୀ କୁକୁର କୁ ନେଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି | ସେପଟେ ଝିଅ ର ମୃତ୍ୟୁ କୁ ନେଇ ଗ୍ରାମବାସୀ ଙ୍କ ଉତ୍ତେଜନା ଦେଖିବାକୁ ମିଳିଥିଲା ଏବଂ ଗ୍ରାମବାସୀ ଝିଅକୁ ନ୍ୟାୟ ଦେବା ନିମନ୍ତେ ରାସ୍ତା ଅବରୋଧ କରିଥିଲେ | ପୋଲିସ ଗ୍ରାମବାସୀ ଙ୍କୁ ବୁଝା ସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା |

Spread the love