ଖୋର୍ଦ୍ଧା: ଚିଲିକା ବ୍ଲକ୍ ବିରିବାଡି ସ୍ତିତ ଶ୍ରୀ ଲୋକନାଥ ଦେବ ମାନସିଂହ ବିଦ୍ୟାପୀଠ ପରିସରରେ ଚିଲିକା ବ୍ଲକ୍ କ୍ରୀଡା ସଂଗଠନ ତରଫରୁ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଡ଼ାକ୍ଟର ବିଭୂତି ଭୂଷଣ ହରିଚନ୍ଦନ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ଚିଲିକା ବ୍ଲକ୍ ର ଗୋଷ୍ଠୀ ଶିକ୍ଷା ଅଧିକାରୀ କିଶୋର ଚନ୍ଦ୍ର ଦାସ ଙ୍କ ଅଧ୍ୟକ୍ଷତାରେ ତଥା ଶ୍ରୀ ଲୋକନାଥ ଦେବ ମାନସିଂହ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ କୁନା ମହତ୍ୱଙ୍କ ସଂଯୋଜନାରେ ଏହା ଅନୁଷ୍ଠିତ ହୋଇଥିଲା। ଚିଲିକା ବ୍ଲକ୍ କ୍ରୀଡା ସଂଗଠନର ସମ୍ପାଦିକା ପ୍ରତିମା ସୁନ୍ଦରୀ ଦାସ ସ୍ବାଗତ ଭାଷଣ ଦେବା ସହିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ପରେ ପରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ବାଗତ କରିବା ସହିତ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ଏହି ଉତ୍ସବ ରେ ଆମନ୍ତ୍ରିତ ଅତିଥି ଭାବେ ବିରିବାଡି ପଞ୍ଚାୟତ ର ସମିତି ସଭ୍ୟ ଚରଣ ସେଣ, ନାଏବ ସରପଞ୍ଚ ପଞ୍ଚାନନ ସାହୁ, ପୂର୍ବତନ ସରପଞ୍ଚ ତଥା ସମାଜ ସେବୀ ଦୁର୍ଗା ଚରଣ ହରିଚନ୍ଦନ, ବଡପଦର ଆରୋବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ର ଅଧକ୍ଷ ସୁରେନ୍ଦ୍ର ନାଥ ରାଉତରାୟ ଙ୍କ ସମେତ ଦୁଇ ଯୁବ ସାମ୍ବାଦିକ ସୁଧୀର କୁମାର ବେହେରା, ସଂଗ୍ରାମ ରଣା ଯୋଗଦେଇ ତାଙ୍କର ବକ୍ତବ୍ୟ ରଖିଥିଲେ । ଏହି କ୍ରୀଡା ପ୍ରତିଯୋଗିତାର ଉଦଯାପନୀ ଅବସରରେ ପ୍ରଧାନ ଶିକ୍ଷକ କୁନା ମହତ୍ତ୍ଵ ଙ୍କ ସମେତ ଖେଳ ଶିକ୍ଷକ ଓ ସମ୍ପାଦିକା ପ୍ରତିମା ସୁନ୍ଦରୀ ଦାସ ଯୋଗ ଦେଇଥିଲେ । ଏହି ପ୍ରତିଯୋଗିତାରେ ଚିଲିକା ବ୍ଲକ୍ର ୪୦୦ ଜଣ କ୍ରୀଡା ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ | ଏଥିରେ ୬ ଟି ବିଭାଗ ଯଥା:- କବାଡି, ଭଲିବଲ୍,ଖୋଖୋ, ବ୍ୟାଡମିଣ୍ଟନ୍, ଚେସ, ଯୋଗ କ୍ରୀଡ଼ାରେ ସମସ୍ତେ ଭାଗ ନେଇଥିଲେ। ଉକ୍ତ ପ୍ରତିଯୋଗିତାରେ ୧୬ଟି ଉଚ୍ଚ ବିଦ୍ୟାଳୟ, ୨ଟି ମହାବିଦ୍ୟାଳୟ ଓ ଚିଲିକା ବ୍ଲକ୍ ର ସମସ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଗାଇନଡ଼ା ଆଦର୍ଶ ବିଦ୍ୟାଳୟ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ଖେଳ ଶିକ୍ଷକ ଲୋକନାଥ ପାଇକରାୟ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
137