89

କୁଜଙ୍ଗ ବିଡ଼ିଓଙ୍କୁ ମାଡ ମାରିବା ଘଟଣାକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ

ଜଗତସିଂହପୁର: ପାରାଦୀପ ନିର୍ବାଚନ ମଣ୍ଡଳୀ କୁଜଙ୍ଗ ବ୍ଲକରେ ଗତ ଶୁକ୍ରବାର ୧୩ ତାରିଖ ଅପରାହ୍ନ ୪ ଘଟିକା ସମୟରେ କୁଜଙ୍ଗ ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷା ଓ କିଛି ବିଜେଡି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ କିଛି ଭଡାଟିଆ ଗୁଣ୍ଡାଙ୍କ ସାହାଯ୍ୟରେ କୁଜଙ୍ଗ ବିଡ଼ିଓଙ୍କୁ ବଳପୂର୍ବକ ସମ୍ମିଳନୀ କକ୍ଷକୁ ଉଠାଇ ନେଇ ଅଶାଳୀନ ବ୍ୟବହାର କରିବା ସହିତ ଫଲ୍ସ୍ ବିଲ୍ କରିବାକୁ ଧମକ ଦେବା ଓ ମାଡ ମାରିବା ଖବର ପାଇଁ କିଛି ବିଜେପି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ଘଟଣା ସ୍ଥଳରେ ପହଞ୍ଚି ବିଡ଼ିଓଙ୍କୁ ଉଦ୍ଧାର କରିଥିଲେ। ଫଳରେ ବିଜେଡି ଦଳର ଗୁଣ୍ଡାମାନେ ବିଜେପି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଗାଳି ଗୁଳଜ କରିଥିଲେ। ନିଜକୁ ପୋଲିସ କେସରୁ ବଞ୍ଚେଇବା ପାଇଁ ବିଜେଡି କର୍ମୀ ମାନେ ବାପି ସର୍ଖେଲ ଓ ସମ୍ବିତ ରାଉତରାୟଙ୍କ ନିର୍ଦେଶରେ ଆଗୁଆ କୁଜଙ୍ଗ ଥାନାରେ ବିଡ଼ିଓ ଓ ବିଜେପି କର୍ମୀଙ୍କ ନାମରେ ଏତଲା ଦେଇଛନ୍ତି।ବିଡ଼ିଓ ମଧ୍ୟ ସେମାନଙ୍କ ନାମରେ ଥାନାରେ ଲିଖିତ ଏତଲା ଦେଇଛନ୍ତି । ବିନା କୌଣସି ପୂର୍ବ ନିର୍ଦ୍ଧାରିତ ନୋଟିସ ନଥାଇ ବିଡ଼ିଓଙ୍କୁ ମିଟିଂ କରିବାକୁ ଡାକିବା ଓ ବଳ ପୂର୍ବକ ଉଠାଇ ନେଇ ଧମକ ଦେବା, ଗାଳି ଗୁଳଜ କରି ମାଡ ମାରିବାକୁ ବିଜେପି ଘୋର ନିନ୍ଦା କରୁଛି। ଯାହା ପାଇଁ ଏକ ପ୍ରେସ୍ ମିଟିଂ କରାଯାଇଥିଲା ଏଥିରେ ବରିଷ୍ଠ ଆଇନଜୀବୀ ସଞ୍ଜୟ କୁମାର ବେହେରା, ଯୁବନେତା ତପନ ତ୍ରିପାଠୀ, ଭୂତମୁଣ୍ଡାଇ ସରପଞ୍ଚ ରୋହିତ ଜେନା, କୁଜଙ୍ଗ ସରପଞ୍ଚ ବନ୍ଦିତା ଦାସ, ପଙ୍କପାଳ ସରପଞ୍ଚ ସରୋଜ ସେଠୀ, ଗୋପିଆକୁଦ ସରପଞ୍ଚ ଶ୍ରୀନିବାସ ସ୍ୱାଇଁ, ମନ୍ତ୍ରୀଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ବେହେରା, ନୂଆଗଡ ସରପଞ୍ଚ ଦେବେନ୍ଦ୍ର ରାଉତ, ଅଗପାଳ ସରପଞ୍ଚ ବିପିନ୍ ବିଶ୍ୱାଳ ପ୍ରମୁଖ ବକ୍ତବ୍ୟ ରଖିଥିଲେ।

Spread the love