ନୟାଗଡ଼: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକକୁ ମେଗା ଜଳ ପ୍ରକଳ୍ପ ପାଇଁ ସରକାର ଚାରିସହ କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ କାର୍ଯ୍ୟ ଗୁଡିକ ଅତି ନିମ୍ନ ମାନର ଦେଖିବାକୁ ମିଳିଛି l ମେଗା ଜଳ ପ୍ରକଳ୍ପଟି ଘରେ ଘରେ ପାନୀୟ ଜଳ ଯୋଗାଣ ନିମନ୍ତେ ଦୁଇବର୍ଷ ରୁ ଅଧିକ ସମୟ ଧରି କେ.ଇ.ସି ଇଣ୍ଟ୍ରାନାସନାଲ କମ୍ପାନୀ ଅଧୀନ ରେ ଚାଲୁଥିବା ବେଳେ କମ୍ପାନୀ ଅଣଓଡ଼ିଆ କଂଟ୍ରାକ୍ଟରକୁ କାର୍ଯ୍ୟ ଦାୟିତ୍ୱ ଦେଇ ନିଘୋଡ଼ ନିଦ୍ରାରେ ଶୋଇ ପଡିଥିବା ଜଣା ପଡିଛି ଏବଂ ଅଣଓଡ଼ିଆ କଣ୍ଟ୍ରାକ୍ଟର ମାନେ ନିଜ ଘରେ ବସି କିଛି ଅସାଧୁ କମ୍ପାନୀ ଅଧିକାରୀ ମାନଙ୍କୁ ହାତ ବାରିସୀକରି ସ୍ଥାନୀୟ ଠିକାଦାରଙ୍କ ସହାୟତା ରେ କାର୍ଯ୍ୟ ସଠିକ ଭାବରେ ନ କରି ଲୋକ ମାନଙ୍କ ସମସ୍ୟା ଗୁଡିକୁ ଆହୁରି ଅଧିକ ବଢାଇବା ସହିତ ସରକାରଙ୍କ ରାଜ କୋଷ ର ଅର୍ଥ କୁ ଲୁଟିବାରେ ସଫଳ ହୋଇ ପାରିଛନ୍ତି l ପ୍ରାୟ ଅଶୀ ଭାଗ,ଗାଁ ଦାଣ୍ଡର କଂକ୍ରିଟ ଢ଼ଳେଇ କୁ ଖୋଳି ପାଣି ପାଇପକୁ ପକାଇ ସରିଲା ପରେ ବି ମରାମତି କରାଯାଉ ନଥିବାରୁ ଲୋକ ମାନେ ଦୃଘଟଣାର ଶିକାର ହେବା ସହିତ ଯାତାୟାତ ରେ ଘୋର ଅସୁବିଧାର ସମୁଖୀନ ହେଉଥିବାର ଦେଖିବାକୁ ମିଳିଛି l ଠିକାଦାର ମାନେ ନିଜର ସୁବିଧା ପାଇଁ ମନ ଇଛା ରାସ୍ତା କଡ଼ ରେ ପିଚୁ ରାସ୍ତା କୁ ଲଗାଇ କେଉଁଠି ଏକ ଫୂଟ ଆଉ କେଉଁଠି ଦୁଇପୁଟ ଖୋଳି ତଳେ ପାଇପ ପକାଇ ଥିବା ଅଭିଯୋଗ ପରେ ବି କମ୍ପାନୀ କର୍ମଚାରୀ ମାନେ କୌଣସି ତଦାରଖ ନ କରି ଠିକାଦାର ଙ୍କ ସହିତ ହାତ ମିଶାଇ ଲୋକ ମାନଙ୍କର ସମସ୍ୟା କୁ ଗୁରୁତ୍ୱ ଦେଉ ନଥିବାର ଅଭିଯୋଗ ଆସିଛି l ତେବେ ସରକାରଙ୍କ ନୀତିନିୟମକୁ ଅଣ ଦେଖାକରି କମ୍ପାନୀ ର ବଡ଼ ବଡ଼ିଆ ବାବୁ ଆଉ ଅଣଓଡ଼ିଆ କଣ୍ଟ୍ରାକ୍ଟର ମାନେ ଯେଉଁ କୋଟି କୋଟି ଟଙ୍କା ଲୁଟୁଛନ୍ତି l ସେଥିପାଇଁ ସାଧାରଣ ଜନତା ପୁର୍ବ ସରକାରଙ୍କୁ ସମାଲୋଚନା କରିବା ସହିତ ନୂତନ ସରକାର ଏହାର ତଦନ୍ତ କରି ଏଥିରେ ସମ୍ପୃକ୍ତ ଅଧିକାରୀ ଆଉ କଣ୍ଟ୍ରାକ୍ଟରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାନୀୟ ଜଳ ସଙ୍କଟର ଶୀଘ୍ର ସମାଧାନ କରିବା ପାଇଁ ଦାବି ରଖିଛନ୍ତି l
98