107

ଦେବୀନଦୀରେ ଅଜଣା ଶବ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ବଛାଳେ ଗାଁ ଦେଇ ବହିଯାଉଥିବା ଦେବିନଦୀରେ ଆଜି ଏକ ଅଚିନ୍ହା ଶବ ଭାସୁଥିବାର ଦୃଶ୍ୟ ଉକ୍ତ ଗ୍ରାମର କିଛି ଯୁବକ ଦେଖିଥିଲେ | ଉକ୍ତ ଘଟଣାକୁ ନେଇ ନିକଟ ନାଉଗାଁ ଥାନାକୁ ଜଣାଇବା ପରେ ଘଟଣାସ୍ଥଳରେ ନାଉଗାଁ ଥାନା ପୋଲିସ ପହଂଚି ଦେବୀନଦୀରୁ ଅଜଣା ଭାସମାନ ଶବଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି | ତେବେ ଅଜଣା ଶବଟି କାହାର ଓ କିପରି ଶବଟି ସେଠି ପହଁଚିଲା ସେ ନେଇ ତଦନ୍ତ ଚଳାଇଛି ପୋଲିସ ।

Spread the love