84

ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ଅଢେଇବର୍ଷର କୁନି ପୁଅ

ନୟାଗଡ: ନୟାଗଡ ଜ଼ିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସାଇ ବିହାରର ସୋମନାଥ ପାଇକରାୟ ଙ୍କ ପୁଅ ରାଜ ବଦ୍ରୀନାଥ ପାଇକରାୟ | ବୟସ ସିନା କମ କିନ୍ତୁ ବୁଦ୍ଧି ବିଚକ୍ଷଣ | ଯେଉଁ ବୟସରେ ହସି ଖେଳି ବୁଲିବା କଥା ସେ ବୟସରେ ଏହି ବିରଳ ରେକର୍ଡ ର ଅଧିକାରୀ ହୋଇଛନ୍ତି ଏହି କୁନି ପୁଅ | ଠିକରେ କଥା କହି ପାରୁନଥିବା ରାଜ ବଦ୍ରୀନାଥ ଇଂରାଜିରେ ୭ଟି ରଙ୍ଗ,୧୫ଟି ଫୁଲ, ୧୦ଟି ବନ୍ୟଜନ୍ତୁ, ୧୩ ଟି ଜାତୀୟ ଚି଼ହ୍ନ, ୪ଟି ବେଦର ନାମ, ୬ଟି ଋତୁ, ଦେଶର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ଓଡିଶାର ମୁଖ୍ୟମନ୍ତ୍ରୀ ରାଜ୍ୟପାଳ ଙ୍କ ନାମ କହିବା ସହ ଇଂରାଜୀ ରେ ରାଇମ ଏବଂ ୧ ରୁ ୩୦ ପର୍ଯ୍ୟନ୍ତ ଇଂରାଜୀ ସଂଖ୍ୟା ନିର୍ଭୁଲ ଭାବେ ପ୍ରକାଶ କରି ଏହି ଟାଇଟଲ ହାତେଇବାରେ ସଫଳ ହୋଇଛନ୍ତି | ଏଥିପାଇଁ ମା ସୌଭାଗିନୀ ଭଟ୍ଟଙ୍କୁ ବେଶ କଷ୍ଟ କରିବାକୁ ପଡିଥିଲା | କମ ବୟସରେ ପୁଅର ଏଭଳି ସଫଳତା ପାଇଁ ପରିବାରେ ଖୁସି ଲହରୀ ଖେଳିଯାଇଥିବା ବେଳେ ରଣପୁର ଅଞ୍ଚଳବାସୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଥିଲା |

Spread the love