ଜଗତସିଂହପୁର: ଦୀର୍ଘ ବର୍ଷର ନିରବତା ପରେ ଜଗତସିଂହପୁରରେ ଫୁଣୀ ମାତିଲେଣି ଅପରାଧୀ। ଦିବାଲୋକରେ ଜନଗହଳି ପୂର୍ଣ୍ଣ ରାସ୍ତାରେ ଜଣେ ହାଇୱା ମାଲିକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟକରିବା ସହିତ ପ୍ରତି ମାସକୁ ୩୦ ହଜାର ଟଙ୍କା ବଟି ଦେବାକୁ ଧମକ ସହିତ ଜୀବନରୁ ମାରିଦେବାକୁ ଦେଲେ ଚେତାବନୀ। ଏଭଳି ଏକ ଭୟାନକ ଘଟଣା ଘଟିଛି ଜଗତସିଂହପୁର ସଦର ଥାନା ଅଂଚଳରେ । ଗତ ୫ ତାରିଖ ଦିନ ୧୨ଟା ସମୟରେ ସ୍ଥାନୀୟ ମାରିଚପଦା ଗ୍ରାମର ହାଇୱା ମାଲିକ ସେଖ ଲୋକମାନ ଜଗତସିଂହପୁର ଆଳିପିଙ୍ଗଳ ରାସ୍ତାରେ ଯାଉଥିବା ବେଳେ ଯଇବଡ ତହସିଲକ୍ବାଟର ନିକଟରେ ସ୍ଥାନୀୟ ପାନିସାଳିଆ ଅଞ୍ଚଳର ଦୁଇ ଜଣ ଯୁବକ ଗାଡ଼ି ଅଟକାଇ ସେଖ ଲୋକମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ମାଡ଼ ମାରି ଦାଦା ବଟି ମାଗିଥିଲା। ସେଖ ଲୋକମାନ ଓରଫ ରାଜା ବଟି ଦେବାକୁ ମନାକରିବାରୁ ଜଣେ ବ୍ୟକ୍ତି ହଠାତ୍ ରାଜାର ମୁଣ୍ଡରେ ବନ୍ଧୁକ ଲଗାଇ ତାଠାରୁ ଟଙ୍କା ଛଡାଇ ନେବା ସହିତ ମାସିକିଆ ବଟି ନଦେଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା। ରାଜା ଏହି ବିଷୟରେ ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ଜଗତସିଂହପୁର ପୋଲିସ ଏକ ମାମଲା ରୁଜୁ କରିଛି | ଘଟଣାର ସତ୍ୟାସତ୍ୟ ତଦନ୍ତ ହେବ ବୋଲି ଏସଡିପିଓ ରଶ୍ମି ରଞନ ସାହୁ ସୁଚନା ଦେଇଛନ୍ତି | ବର୍ତମାନ ଅଭିଯୋଗ କରିଥିବା ବ୍ୟକ୍ତି ଭୟବିତ ଅବସ୍ତାରେ ଥିବା ବେଳେ ଅପରାଧୀ ମାନେ ଖୁଲମ ଖୁଲା ବୁଲୁଛନ୍ତି | ଅନ୍ୟପକ୍ଷରେ ଜଗତସିଂହପୁର ପୋଲିସ ପକ୍ଷରୁ ନିଶାମୁକ୍ତ ଓ ଡିଯେ ମୁକ୍ତ ପାର୍ବଣ ପୂଜା ପାଇଁ ସଚେତନତା କାର୍ଯ୍ୟକ୍ରମ କରିଥିବା ବେଳେ ଅପରାଧ ମୁକ୍ତ ପାର୍ବଣ ପୂଜା ପାଇଁ କଡାକଡି ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି। କାରଣ ଆଗକୁ ଆସୁଛି ପାର୍ବଣ ପୁଜା। ଅସାମାଜିକ ଗୁଣ୍ଡା ଶ୍ରେଣୀୟ ଯୁବକ ମାନେ ଆଗକୁ ଆକ୍ରମଣ କରିବାକୁ ଧମକ ମଧ୍ୟ ଦେଇଛନ୍ତି । ଅପରାଧ ଘଟାଇଥିବା ଯୁବକ ମାନଙ୍କ ନାମରେ ଆଗରୁ ଅନେକ ଅପରାଧିକ ମାମଲା ମଧ୍ୟ ରହିଛି | ଦିର୍ଘ ବର୍ଷ ଧରି ଏମାନେ ଅପରାଧ ଘଟାଇଥିବା ନେଇ ଅଭିଯୋଗକାରୀ ନିଜର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । ଏମାନେ ଆଗରୁ ମଧ୍ୟ ମିଶି ଦୀର୍ଘ ଏକ ବର୍ଷ ହେବ ରାଜାଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦେବା ସହିତ ହତ୍ୟା କରିବା ପାଇଁ ଭୟଭୀତ କରାଇ ଅନେକ ଥର ଟଙ୍କା ଆଜି ପର୍ଯ୍ୟନ୍ତ ନେଇ ସାରିଲେଣି। ଶାରଦୀୟ ପାର୍ବଣ ପୂଜା ପୂର୍ବରୁ ଏଭଳି ଅସାମାଜିକ ଯୁବକ ମାନଙ୍କ ବିରୋଧରେ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଗକୁ ରାଜାଙ୍କ ଜୀବନକୁ କୁ ଭୟ ଅଛି ବୋଲି ରାଜା ପୋଲିସ ବିଭାଗକୁ ନିବେଦନ କରିଛନ୍ତି।
84