66

ଶୁଭଦ୍ରା ଫର୍ମ୍ ମାଗିଲେ ଏଥର ଥାନାକୁ ଯିବାକୁ ପଡ଼ିବ !

ଜଗତସିଂହପୁର: ଜଗତସିଂହପୁର ବ୍ଲକ ଅଧିନ ତର୍ତଙ୍ଗ ପଞ୍ଚାୟତର ଅଙ୍ଗନବାଡି କର୍ମୀ ସୌଦାମିନୀଙ୍କୁ ସୁଭଦ୍ରା ଯୋଜନା ଫର୍ମ ପାଇଁ ମହିଳା ମାନେ ଘରକୁ ଆସି ଅସ୍ତବ୍ୟସ୍ତ କରୁଥିବା ବେଳେ ସୌଦାମିନୀ ବାରମ୍ବାର ଫୋନ କରି ଜଗତସିଂହପୁର ବ୍ଲକ ସିଡିପିଓ ଙ୍କୁ ଜଣାଇ ବିଫଳ ହୋଇଥିଲେ । ପରେ ସିଡିପିଓଙ୍କ ନିକଟକୁ ଯାଇଥିଲେ ଓ ସୁଭଦ୍ରା ଯୋଜନା ଫର୍ମ ମାଗିଥିଲେ । ମାତ୍ର ସିଡିପିଓ ମାଡାମ ମନା କରିବାରୁ ନିରାସ ହୋଇ ଫେରିବାକୁ ପଡ଼ୁଥିବା ବେଳେ, ଗ୍ରାମର କିଛି ଲୋକ ଆଜି ସୌଦାମିନୀଙ୍କୁ ଧରି ପ୍ରଥମେ ସିଡିପିଓ ଙ୍କୁ ଅଭିଯୋଗ କରିଥିଲେ । କିନ୍ତୁ ସିଡିପିଓ ସଫା ସଫା ମନା କରି ଦେଇଥିଲେ । ପରବର୍ତ୍ତୀ ସମୟରେ ଗ୍ରାମବାସୀ ଜଗତସିଂହପୁର ବ୍ଲକ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ। ଯାହାକୁ ନେଇ ସିଡିପିଓ ଅଙ୍ଗନବାଡି କର୍ମୀ ସୌଦାମିନୀଙ୍କ ଉପରେ ରାଗି ଜାଇ ଅନେକ ଧମକ ଦେବା ସହିତ କହୁ କହୁ କହିଦେଲେ, ଜିଏ ତମ ଘରକୁ ସୁଭଦ୍ରା ଯୋଜନା ଫର୍ମ ପାଇଁ ବାରମ୍ବାର ଆସୁଛନ୍ତି ସେମାନଙ୍କ ନାମରେ ତୁରନ୍ତ ଥାନାରେ ଅଭିଯୋଗ କରିବାକୁ । ଯାହାକୁ ନେଇ ସୌଦାମିନୀ ଓ ସାଥିରେ ଥିବା ଲୋକମାନେ ବ୍ଲକ ଅଧିକାରୀଙ୍କୁ ଜଣାଇବା ପରେ ବ୍ଲକ ଅଧିକାରୀ ଫୋନ୍ କରି ସୌଦାମିନୀଙ୍କୁ ଦୁଇ ହଜାର ଫର୍ମ ଆସୁଛି ଯାଅ ନେଇଯିବ ବୋଲି କହିଥିଲେ ।

ତେବେ ଏଠି ପ୍ରଶ୍ନ ଉଠେ, ଯେତେବେଳେ ସୌଦାମିନୀ ସୁଭଦ୍ରା ଯୋଜନା ଫର୍ମ ସିଡପିଓ ଙ୍କୁ ମାଗିଥିଲେ, ସୁଭଦ୍ରା ଫର୍ମ ନଥିଲା । ତେବେ ଏତେସଂଖ୍ୟକ ଫର୍ମ ହଠାତ୍ ଆସିଲା କେଉଁଠୁ ଏବଂ କେମିତି ? ଯଦି ଫର୍ମ ଥିଲା ତେବେ ଏତେ ଦିନ ହେବ ସିଡିପିଓ ମନା କରୁଥିଲେ କାହିଁକି? କଣ ପାଇଁ ଅଙ୍ଗନ ବାଡ଼ି ଦିଦି ମାନଙ୍କୁ ଫେରଉଥିଲେ? ଯାହା ବର୍ତ୍ତମାନ ଜଗତସିଂହପୁର ବ୍ଲକ ଅଞ୍ଚଳରେ ଏକ ବିରାଟ ପ୍ରଶ୍ନବାଚୀ ଛିଡ଼ା କରିଛି । ଯେତେବେଳେ ବିଜେପି ରାଜ୍ୟ ସରକାର ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବାପାଇଁ ସୁଭଦ୍ରା ଯୋଜନା ମାଧ୍ୟମରେ ଯୋଡିବାକୁ ଚାହୁଁଛି, ସେତେବେଳେ ସିଡିପିଓ ଆନ୍ତରିକତା ନ ଦେଖାଇବା କାରଣ କଣ ଥାଇପାରେ ନା ବିଜେଡି ସରକାର ବଦଳିବା ପରେ ବି, ମାଡାମ ବର୍ତମାନ ପର୍ଯ୍ୟନ୍ତ ବିଜେଡି ସରକାରଙ୍କୁ ଭୁଲି ପାରିନାହାନ୍ତି । ଯାହାପାଇଁ ସିଡିପିଓ ସୌଦାମିନୀ ଓ ବ୍ଲକ୍ ଅଞ୍ଚଳରେ ଥିବା ମହିଳା ମାନଙ୍କୁ ସୁଭଦ୍ରା ଯୋଜନା ଫର୍ମ ନ ଦେଇ ଅନ୍ଧାରରେ ରଖି, ମହିଳା ମାନଙ୍କ ମନରେ ବିଜେପି ବିରୋଧ ରେ ଅସନ୍ତୋଷ ର ମଞ୍ଜି ବୁଣିବାକୁ ପ୍ରୟାସରତ ଥିଲେ । ଯାହାକୁ ନେଇ ବର୍ତ୍ତମାନ ସୌଦାମିନୀ ସିଡିପିଓ ଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି । ତେବେ ଦେଖିବାକୁ ବାକି ରହିଲା ବ୍ଲକ, ସିଡିପିଓଙ୍କ ଏପରି କାର୍ଯ୍ୟ ଶୈଳୀକୁ ନେଇ ଜଗତସିଂହପୁର ଜିଲ୍ଲା ପ୍ରଶାସନ କି ପଦକ୍ଷେପ ନେଉଛନ୍ତି ।

Spread the love