ଭୁବନେଶ୍ୱର: ଭୁବନେଶ୍ଵର ଓଡ଼ିଆ ଭାଷା ପ୍ରତିଷ୍ଠାନ ଦ୍ଵାରା ପ୍ରଯୋଜିତ ଏଵଂ ଓଡ଼ିଆ ସାହିତ୍ୟ ପରିଷଦ ଦ୍ଵାରା ଆୟୋଜିତ ରାଜ୍ୟସ୍ତରୀୟ ଭାଷା ସଂପାନ ବାଲୁଗାଁ ମହାବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବାଣପୁର ର ବିଶିଷ୍ଟ ଗାଳ୍ପିକ ଶ୍ରୀଯୁକ୍ତ ଶିବ ମିଶ୍ର, ସମ୍ମାନିତ ଅତିଥି ଭାବରେ ଭୁବନେଶ୍ଵର ଓଡ଼ିଆ ଭାଷା ପ୍ରତିଷ୍ଠାନର ପ୍ରକଳ୍ପ ପରାମର୍ଶ ଦାତା ପ୍ରଫେସର ପ୍ରେମାନନ୍ଦ ମହାପାତ୍ର, ଡକ୍ଟର ଫଣିନ୍ଦ୍ର ଭୂଷଣ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ | କାର୍ଯ୍ୟକ୍ରମ ଆରମ୍ଭରେ ଅତିଥିଙ୍କ ମାଧ୍ୟମରେ ଜଗନ୍ନାଥଙ୍କ ମୂର୍ତ୍ତୀରେ ପୁଷ୍ପ ଧୂପ ଅର୍ପଣ କଲାପରେ ଛାତ୍ରୀମାନଙ୍କ ଦ୍ଵାରା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ପରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା | ଉକ୍ତ କାର୍ଯ୍ୟକ୍ରମରେ ସଂପାନ ସଂଗଠନ ସମ୍ପାଦକ ଡକ୍ଟର ପୂର୍ଣ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ବକ୍ତବ୍ୟ, ଧୋବୀ ଚରଣ ପରିଡ଼ା ଙ୍କ ଭିତ୍ତିପ୍ରବନ୍ଧ ଉପସ୍ଥାପନ ପରେ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ଙ୍କ ସଂପାନ ଆଲୋଚ୍ୟ ବିଷୟ “ବିଂଶ ଶତକର ଓଡ଼ିଆ ସାହିତ୍ୟ”, ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ସମ୍ବଲପୁର ର ଅବସର ପ୍ରାପ୍ତ ପ୍ରଫେସର ଲମ୍ବୋଦର ସାହୁଙ୍କ ବିଷୟ ଆଲୋଚ୍ୟ “ଓଡ଼ିଆ ଭାଷାର ଉତ୍ପତ୍ତି ଓ କ୍ରମବିକାଶ” ଆଲୋଚନା କରାଯାଇଥିଲା । ପରେ ଜ୍ଞାନ ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀ ଙ୍କୁ ପ୍ରମାଣ ପତ୍ର ଓ ଉପହାର ପ୍ରଦାନ କରାଯାଇଥିଲା | ଉକ୍ତ ସଭାକୁ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ପରିଚାଳନା କରିଥିବା ବେଳେ ଅଧ୍ୟାପିକା ସୁଭଦର୍ଶିନୀ ବିଶ୍ଵାଳ ଧନ୍ୟବାଦ୍ ଅର୍ପଣ କରିଥିଲେ ।
82