ଜଗତସିଂହପୁର: ପାରାଦ୍ଵୀପ ନିକଟ ମୂଷାଢ଼ିଆ ଗ୍ରାମରେ ସମ୍ପର୍କୀୟ ଅନୁ ପ୍ରବେଶକାରୀଙ୍କୁ ରଖିବା ପାଇଁ ନିରଦୋନ୍ଦରେ ଚାଲିଛି ଜାଗା ବିକ୍ରି l ବିକ୍ରି ଜାଗା ଉପରେ କଲିକତାର ଅନୁପ୍ରବେଶକାରୀ ଘର କରିବା ନେଇ ଜାଗା ଉପରେ ଥିବା ତାଳଗଛ ଗୁଡ଼ିକୁ ନିରଦୋନ୍ଦ ରେ କାଟି ଚାଲିଛନ୍ତି l ତୁରନ୍ତ ଘର କରି ରହିବା ପାଇଁ ଚାଲିଛି ଜୋର୍ ସୋର କସରତ l ଓଡିଶା ସରକାର ଙ୍କ ତରଫରୁ ହଜାର ହଜାର ତାଳ ଗଛ ରୋପଣ କରିବାକୁ ନିର୍ଦ୍ଦେଶ ଦିଆଯାଉଥିବା ବେଳେ ମୂଷାଢ଼ିଆ ବସ୍ତିରେ ଚାଲିଛି ଅବାଧରେ ତାଳଗଛ କଟା l ସରକାର୍ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଓଡ଼ିଶା କୁ ପ୍ରବେଶ କରି ବାକୁ ବାରଣ କରାଯାଉ ଥିବା ବେଳେ ମୂଷା ଢିଆ ରେ ଥିବା ବାଙ୍ଗଲା ଦେଶି ନିଜର ସଂଖ୍ୟା ବଢାଇବା ପାଇଁ କରୁଛନ୍ତି ପ୍ରୟାସ l ଏଥିରେ ମୂଖ୍ୟ ଭୂମିକା ନେଇଛନ୍ତି ସେହି ଗ୍ରାମର ଦୁଇଜଣ ବାଂଲାଦେଶୀ ସେ ଦୁଇଜଣ ସୁନିଲ ମଣ୍ଡଳ ଓ ପିଜୁସ ମିର୍ଦ୍ଧା ଏମାନେ ବଙ୍ଗାଳି ଲୋକ ହୋଇଥିବା ବେଳେ ନିଜର ସଂଖ୍ୟା ବଢ଼ାଇବା ପାଇଁ ଚାଲିଛି ରୀତିମତ ଯୋଜନା | ଏହାକୁ ନେଇ ସେହି ଗ୍ରାମର ୱାର୍ଡ ମେମ୍ବର କିମ୍ବା ପ୍ରଶାସନ ତରଫରୁ କୌଣସି ଦାୟିତ୍ୱ ନଥିବା ଜଣାପଡିଛି | ବର୍ଷା ଘଡଘଡି ବହୁ ପରିମାଣରେ ହେଉ ଥିବାରୁ ଅସଂଖ୍ୟ ଲୋକ ଘଡ଼ ଘଡିରେ ପ୍ରାଣ ହରାଇବା କୁ ନେଇ ସରକାର୍ ଙ୍କ ତରଫରୁ ତାଳଗଛ ଲଗାଇବା ପାଇଁ ସମସ୍ତଙ୍କୁ ସଚେତନ କରାଯାଉ ଥିବା ବେଳେ ମୂଷାଢ଼ିଆରେ ଅନୁପ୍ରବେଶକାରୀଙ୍କୁ ସ୍ଥାନ ଦେବା ପାଇଁ ଚାଲିଛି ବେଧଡକ ତାଳଗଛ କଟା l
75