66

ରାଜନଗରରେ ନୂଆ ସରକାରଙ୍କ ପ୍ରଥମ ଜନ ଶୁଣାଣି।

କେନ୍ଦ୍ରାପଡା: ଗତକାଲି ରାଜନଗର ବ୍ଲକ୍ ରାଜୀବ ଗାନ୍ଧୀ ସେବାସଦନ ଠାରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଦ୍ଵାରା ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏହି କାର୍ଯ୍ୟକ୍ରମ ନୂତନ ବିଜେପି ସରକାର ଓ ନୂତନ ଜିଲ୍ଲାପାଳଙ୍କ ପ୍ରଥମ ଜନ ଶୁଣାଣୀ କାର୍ଯ୍ୟକ୍ରମ ଥିଲା | ପୂର୍ବରୁ ରାଜ୍ୟରେ ବିଜେଡ଼ି ସରକାର ଥିବା ଅବସ୍ଥାରେ ଜିଲ୍ଲାପାଳଙ୍କ ଦ୍ଵାରା ଅନେକ ଜନ ଶୁଣାଣୀ କାର୍ଯ୍ୟକ୍ରମ ହୋଇଛି | ଲୋକେ ନିଜ ନିଜର ଅନେକ ଅଭିଯୋଗ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି କିନ୍ତୁ ଦୁଃଖର ବିଷୟ ସେସବୁର କୌଣସି ସମାଧାନ ହୋଇନାହିଁ କାରଣ ଜନସାଧାରଣ ଯେଉଁ ସବୁ ମୁଦ୍ଦାକୁ ନେଇ ଜିଲ୍ଲା ପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ତାହା ସବୁ ବିଜେଡ଼ି ବିରୁଦ୍ଧରେ ହୋଇଥିବାରୁ ତାହାର କୌଣସି ସମାଧାନ ହେଉନଥିଲା | ଜନ ଶୁଣାଣୀ ପରେ ଜନ ଶୁଣାଣୀ ହେଉଥିଲା କିନ୍ତୁ ସାଧାରଣ ଜନତାଙ୍କୁ ତାହାର କୌଣସି ଫଳ ମିଳିପାରୁ ନଥିଲା, ଫଳରେ ଜନ ଶୁଣାଣୀ କୁ ଯିବା ପାଇଁ ଲୋକେ କ୍ଷୋଭ ପ୍ରକାଶ କରୁଥିଲେ | ମାତ୍ର ରାଜ୍ୟରେ ନୂତନ ବିଜେପି ସରକାର ଆସିବା ପରେ ଲୋକେ ମନସ୍ଥ କରିଥିଲେ ସମସ୍ତ ଅଭିଯୋଗ କୁ ବିଜେପି ସରକାରଙ୍କ ନୂତନ ଜନ ଶୁଣାଣୀ କାର୍ଯ୍ୟକ୍ରମରେ ଦେବା ପାଇଁ | ତେଣୁ ଗତକାଲି ରାଜନଗର ବ୍ଲକରେ ନୂତନ ବିଜେପି ସରକାରଙ୍କ ପ୍ରଥମ ଜଣ ଶୁଣାଣୀ କାର୍ଯ୍ୟକ୍ରମ ଥିଲା ଯେଉଁଥିରେ ଅନେକ ଜନ ସାଧାରଣ ସାମିଲ ହୋଇ ନିଜ ଅଭିଯୋଗକୁ ନୂତନ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କୁ ଜଣାଇଥିଲେ । ଏହି ଜନ ଶୁଣାଣୀ କାର୍ଯ୍ୟକ୍ରମରେ ସର୍ବାଧିକ ଅଭିଯୋଗ ଆବାସ ଯୋଜନା ଓ ରାସନ କାର୍ଡ ଉପରେ କରାଯାଇଥିବା ବେଳେ ସରକାରୀ ଜାଗାକୁ ଅବରୋଧ ଅଭିଯୋଗ କମ୍ ହୋଇଛି | ଏହି ସମସ୍ତ ଅଭିଯୋଗ ସାମୁହିକ ଓ ବ୍ୟକ୍ତିଗତ ଭାବେ କରାଯାଇଥିବା ନେଇ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି।

ଅନ୍ୟ ପକ୍ଷେ ଗଦା ଗଦା ଆବାସ ଓ ରାସନ କେଳେଙ୍କାରି ଅଭିଯୋଗ ଜନଶୁଣାଣି କାର୍ଯ୍ୟକ୍ରମରେ କରାଯାଇଥିବାରୁ ପୂର୍ବ ବିଜେଡ଼ି ସରକାରଙ୍କ ଶାସନ କୁ ନେଇ ଜନସାଧାରଣ ନିନ୍ଦା କରିବା ସହିତ ବାରଦୀଆ ଗ୍ରାମର ସରକାରୀ ଜାଗାରେ ବିଜେଡ଼ି ପାର୍ଟି ଅଫିସ ଓ ପଣିନାଳ ରାସ୍ତା ଅବରୋଧ ଘଟଣାକୁ ନେଇ ତୁରନ୍ତ ସମାଧାନ ନ କଲେ ଆଗାମୀ ଦିନରେ ଜିଲ୍ଲାପାଳ ଅଫିସ ଆଗରେ ଧାରଣା ଦେବ ବୋଲି ଗ୍ରାମବାସୀ ମାନେ ଚେତାବନୀ ଦେଇଛନ୍ତି।

Spread the love