75

ହିନ୍ଦୁ ସୁରକ୍ଷା ସମିତି ତରଫରୁ ମହା ସମାବେଶ

ନବରଙ୍ଗପୁର: ସନାତନୀ ହିନ୍ଦୁ ଭାଇ ଓ ଭଉଣୀ ମାନଙ୍କୁ ସାମ୍ପ୍ରତିକ ସମୟରେ ଭାରତ ସମେତ ବିଶ୍ୱର ହିନ୍ଦୁ ଉପରେ ବର୍ବରତା ସହିତ ଆକ୍ରମଣ ଘଟି ଚାଲିଛି!କିଛି ଦିନ ତଳେ ପଡୋଶୀ ବାଂଲାଦେଶ ରେ ଥିବା ହିନ୍ଦୁ ମାନଙ୍କ ଉପରେ ଅତ୍ୟଚାର କରାଯାଇଥିଲା | କିଛି ବିଧର୍ମୀ ଗୋଷ୍ଠୀ ୨୦୪୭ ମସିହା ସୁଦ୍ଧା ଭାରତ ରେ ସରିଆ ଶାସନ ଲାଗୁ କରିବା ପାଇଁ ସମସ୍ତ ଷଡଯନ୍ତ୍ର ରଚି ସାରିଛନ୍ତି | ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ରେ ଥିବା ଡଙ୍ଗରୀଗୁଡା ଖେଳ ପଡିଆ ଠାରୁ ବରିଷ୍ଠ ଓକିଲ ତଥା ସମାଜସେବୀ ଜୟଦେବ ପରିଡାଙ୍କ ତତ୍ୱାବଧାନରେ ହଜାର ହଜାର ହିନ୍ଦୁ ଭାଇ ଭଉଣୀ ଏକତ୍ରିତ ହୋଇ ଏକ ବିଶାଳ ପଦଯାତ୍ରା ବାହାର କରି ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ଏକ ୧୩ ଦଫା ଦାବିପତ୍ର ପ୍ରଦାନ କରିଥିଲେ | ଏହି ବିଶାଳ ହିନ୍ଦୁ ସମାବେଶ ରେ ଜିଲ୍ଲା ର ପ୍ରତ୍ୟେକ ଅଞ୍ଚଳରୁ ହିନ୍ଦୁ ଭାଇ ଭଉଣୀ, ସନ୍ତ ମହାତ୍ମା ମାନେ ଯୋଗ ଦେଇଥିଲେ | ଭାରତ କୁ ହିନ୍ଦୁରାଷ୍ଟ୍ର ଘୋଷଣା କରାଯିବା, ଭାରତରେ ୟୁସିସି ଲାଗୁ କରିବା, ହିନ୍ଦୁ ଆଦିବାସୀ ହରିଜନ ଧର୍ମାନ୍ତୀକରଣ ବନ୍ଦ କରିବା, ସମ୍ବିଧାନରେ ହିନ୍ଦୁ ମାନଙ୍କ ପ୍ରତି ଥିବା ପାତର ଅନ୍ତର ନୀତିକୁ ଉଚ୍ଛେଦ କରିବା ଏଭଳି ୧୩ଟି ଦାବି ଦାବିପତ୍ରରେ ଉଲ୍ଲେଖ କରାଯାଇଛି |

Spread the love