ଭୁବନେଶ୍ୱର: ଆଜି ଉଦଘାଟନ ହେବାକୁ ଯାଉଛି ସେମିକନ୍ ଇଣ୍ଡିଆ ୨୦୨୪। ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରେ ହେବାକୁ ଥିବା ଇଣ୍ଡିଆ ଏକ୍ସପୋ ମାର୍ଟରେ ସେମିକନ୍ ଇଣ୍ଡିଆକୁ ଉଦଘାଟନ କରିବେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେମିକଣ୍ଡକ୍ଟର ଡିଜାଇନ୍, ଉତ୍ପାଦନ ଏବଂ ପ୍ରଯୁକ୍ତିବିଦ୍ୟା ବିକାଶ ପାଇଁ ଭାରତକୁ ବିଶ୍ୱସ୍ତରୀୟ ହବରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀଙ୍କର ରହିଛି ଦୃଷ୍ଟିକୋଣ ।
ଚଳିତ ବର୍ଷର ବିଷୟବସ୍ତୁ ‘ସାପିଂ ଦ ସେମିକଣ୍ଡକ୍ଟର୍ ଫ୍ୟୁଚର୍ ’କୁ ନେଇ ସେପ୍ଟେମ୍ବର ୧୩ ଯାଏ ତିନି ଦିନିଆ ସମ୍ମିଳନୀ ଆୟୋଜିତ ହେବ । ଏଥିରେ ବିଶ୍ୱସ୍ତରୀୟ ସେମିକଣ୍ଡକ୍ଟରର ପ୍ରମୁଖ ନେତୃତ୍ୱ ସହ ବିଶ୍ୱସ୍ତରୀୟ ନେତା, କମ୍ପାନୀ ଏବଂ ସେମିକଣ୍ଡକ୍ଟର ଶିଳ୍ପର ବିଶେଷଜ୍ଞମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି |