93

ପାରାଦୀପ ନୂଆଗଡ଼ ରେ ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନ ଉଦଘାଟିତ l

ଜଗତସିଂହପୁର: ପାରାଦୀପ ନୂଆଗଡ଼ ରେ ଆଇଟିଆଇ ବା ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନ ଉଦଘାଟିତ ହୋଇଯାଇଛି ଏହି ତାଲିମ କ୍ଷେତ୍ର ଜରୀଆରେ ବହୁ ଛାତ୍ର ଛାତ୍ରୀ ଶିକ୍ଷ୍ୟା ପାଇବା ସହ ଚାକିରି କ୍ଷେତ୍ର ରେ ସେମାନେ ନିଜକୁ ସ୍ୱାବଲମ୍ବୀ କରିବା ସହ ସାରା ଓଡ଼ିଶାରେ ସୁନାମ ଅର୍ଜନ କରିପାରିବେ ଓ ଦେଶ ଦୁନିଆର ନା ରଖିବେ | ଏଇ ଲକ୍ଷ୍ୟ ନେଇ ସରକାରଙ୍କ ତରଫରୁ ଏଭଳି ଏକ ଶିକ୍ଷ୍ୟାନୁଷ୍ଠାନ ଜଗତସିଂହପୁର ଜିଲ୍ଲା ପାରାଦୀପ ନୂଆଗଡ଼ ଠାରେ ଉଦଘାଟନ କରାଯାଇଛି l ଏହା ସହ କୌଶଳ ରଥ ନାମରେ ଏକ ରଥ ସବୁ ସ୍କୁଲ୍ କଲେଜ୍ ଓ ବିଭିନ୍ନ ଶିକ୍ଷ୍ୟା ଅନୁଷ୍ଠାନ ବୁଲି ସଚେତନ ର ବାର୍ତ୍ତା ଦେବ l ଏହି ଉଦଘାଟନୀ ଉତ୍ସଵ ରେ ପାରାଦୀପ ବିଧାୟକ ତଥା ଓଡ଼ିଶା ସରକାର ଙ୍କ ଶିଳ୍ପ ଦକ୍ଷତା ଓ ବେଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ଥିବା ବେଳେ ନୁଆଗଡ ପଞ୍ଚାୟତ ସରପଞ୍ଚ ଦେବେନ୍ଦ୍ର ଓ ଏହି ଶିକ୍ଷ୍ୟା ଅନୁଷ୍ଠାନର ପ୍ରିନ୍ସିପାଲ ଓ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ପ୍ରମୁଖ ଯୋଗ ଦେଇଥିଲେ l ଏହି ଉତ୍ସବ ରେ ତାଲିମ କ୍ଷେତ୍ର ର ବହୁ ଛାତ୍ର ଛାତ୍ରୀ ଓ ବୁଦ୍ଧିଜୀବୀ ମାନେ ବହୁ ସଂଖ୍ୟା ରେ ଯୋଗଦେଇଥିଲେ ଲ ପ୍ରଥମେ ପାରାଦୀପ ବିଧ୍ୟାୟକ ତଥା ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରଦୀପ ପ୍ରଜୋଳନ କରି ଶୁଭ ଉଦଘାଟନ କରିଥିଲେ l ପରେ କୌଶଳ ରଥରେ ନଡିଆ ବଡ଼ାଇ ପତାକା ଦେଖାଇ ଶୁଭାରମ୍ଭ କରି ଥିଲେ l

Spread the love