87

ବିଜେଡି ହାରିବା ପରେ ଧିରେ ଧିରେ ଖୋଲୁଛି ଗୁମର

ଜଗତସିଂହପୁର: ଜଗତସିଂହପୁର ବ୍ଲକ ସଦର ଓଡିଶୋ ପଞ୍ଚାୟତ ର ସାନ୍ତଳ ଗ୍ରାମର ଏବେବି ବଦଳି ପାରିଲାନି ବିକଳ ମାନଚିତ୍ର । ଆଜି ପର୍ଯ୍ୟନ୍ତ ନା ଗାଁ’କୁ ରାସ୍ତା ଅଛି ନା ପିଇବାକୁ ସୁଦ୍ଧ ପାଣି ଅଛି । ଏବେବି ବର୍ଷାଦିନ ଆସିଲେ ପାଣିଘେରରେ ଉବୁଟୁବୁ ହେଉଛନ୍ତି ଗ୍ରାମବାସୀ । ଗ୍ରାମରେ ରୋଗିଟିଏ ପଡ଼ିଲେ ଖଣ୍ଡେ ଦୂର କାନ୍ଧରେ ବୋହି ନେବାକୁ ପଡୁଛି । ୨୫ ବର୍ଷ ବିକାଶର ନାରା ଦେଇ ଏକଛତ୍ରବାଡ଼ ଶାସନ କରିଥିଲା ବିଜେଡି ଦଳ । ବିଜେଡି ଶାସନ କ୍ଷମତାରେ ଥିବା ବେଳେ ସାନ୍ତଳ ଗ୍ରାମବାସୀ ବାରମ୍ବାର ନିଜ ସମସ୍ୟାକୁ ସ୍ଥାନୀୟ ସରପଞ୍ଚ ଙ୍କ ଦୃଷ୍ଟି ଗୋଚର କୁ ଆଣି ମଧ୍ୟ ବିଫଳ ହୋଇଥିବା କହିଛନ୍ତି । ଅନ୍ୟପକ୍ଷରେ କହିବାକୁ ଗଲେ ଓଡିଶୋ ପଞ୍ଚାୟତ ରେ ୱାର୍ଡମେମ୍ବର ଠାରୁ ଚେୟାରମ୍ୟାନ ଙ୍କ ପର୍ଯ୍ୟନ୍ତ ସମସ୍ତେ ବିଜେଡି ଦଳର । ତେବେ କିଭଳି ଚାଲିଥିଲା ବିଜେଡି ଦଳର କୁଜି ନେତା ଓ ରାଜନେତାଙ୍କ ହିଟଲର ଶାସନ ତାହାର ବାସ୍ତବ ଚିତ୍ର ସାନ୍ତଳ ଗ୍ରାମକୁ ଦେଖିଲେ ଜଳ ଜଳ ହୋଇ ଦିସୁଛି । କେବଳ ନିର୍ବାଚନ ସମୟରେ କୁଜି ନେତା ଠାରୁ ରାଜ ନେତା ପର୍ଯ୍ୟନ୍ତ କିଭଳି ପ୍ରତିଶୃତି ଦେଇ ପ୍ରତାରଣା କରିଛନ୍ତି ତାହାର ଗୁମର ଖୋଲିଛନ୍ତି ଗ୍ରାମବାସୀ । ବର୍ତମାନ ସରକାର ବଦଳିବା ପରେ ଗାଁ’କୁ ରାସ୍ତା ଓ ମଶାମାଛିଙ୍କ ଦାଉରୁ ରକ୍ଷା କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ଗାଁ ଲୋକେ । ତେବେ ଦେଖିବାକୁ ବାକି ରହିଲା ସରକାର କେଵେ ସାନ୍ତଳ ଗ୍ରାମକୁ ରାସ୍ତା ଓ ଗାଁରୁ ଆବର୍ଜନା ପାଣି ନିଷ୍କାସନ କରୁଛନ୍ତି ।

Spread the love