81

ରିଏଲ ଲାଇଫ ଖଳନାୟକ ହେବା ପଡିଲା ମହଙ୍ଗା

ଭୁବନେଶ୍ୱର: ଜେଲର ଚଳଚିତ୍ର ଖଳନାୟକ ସାଜିଲେ ରିଏଲ୍ ଲାଇଫ୍‌ ଖଳନାୟକ। ହାଇଦ୍ରାବାଦର ଶମଶାବାଦ୍ ବିମାନବନ୍ଦରରେ ମାଲାୟାଲମ୍ ଅଭିନେତା ବିନାୟକନଙ୍କୁ ଗିରଫ କରାଯାଇଛି। ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ରେ ଭୟଙ୍କର ଭିଲେନ୍‌ ଭୂମିକାରେ ଅଭିନୟ କରି ବେଶ ଲୋକପ୍ରିୟତା ହାସଲ କରିଥିଲେ ବିନାୟକନ । ତେବେ ସେ ମଦ୍ୟପାନ କରି ବିମାନବନ୍ଦରରେ ଏକ ହଙ୍ଗାମା ସୃଷ୍ଟି କରି ଗିରଫ ହୋଇଥିବା ଜଣାଯାଇଛି |

ଏହି ଅଭିନେତା କୋଚିରୁ ହାଇଦ୍ରାବାଦ ଦେଇ ଗୋଆ ଯାଉଥିଲେ। ସେ ମଦ୍ୟପାନ କରି ସହ-ଯାତ୍ରୀଙ୍କ ସହ ଅସଦାଚରଣ କରିବା ଅଭିଯୋଗ ହେବା ପରେ ସିଏସ୍ଏଫ୍ ଯବାନ ତାଙ୍କୁ ଗିରଫ କରିଥିଲେ।

ପରେ ଅଭିନେତାଙ୍କୁ ବିମାନବନ୍ଦର ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ପୋଲିସ ବିନାୟକନ୍‌ଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ସୋସିଆଲ ମିଡିଆରେ ମାଲାୟାଲମ ଅଭିନେତାଙ୍କର ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି ଯେଉଁଥିରେ ସେ ବିମାନବନ୍ଦର ଚଟାଣରେ ବିନା ସାର୍ଟରେ ବସିଥିବାର ନଜର ଆସିଛନ୍ତି। ସେ ତଳେ ବସି ଉଚ୍ଚ ସ୍ୱରରେ ପାଟି କରୁଛନ୍ତି ଆଉ ପାଖରେ ଥିବା ଲୋକଙ୍କୁ ହଇରାଣ କରୁଥିବା ଦେଖିବାକୁ ମିଳୁଛି।

Spread the love