ଜଗତସିଂହପୁର: ଭାରତ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପାଣ୍ଠି ସହାୟତାରେ ଗ୍ରାମାଞ୍ଚଳର ଜନସାଧାରଣଙ୍କ ଗମନାଗମନ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଆରମ୍ଭ କରାଯାଇଥିଲା। ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଜଗତସିଂହପୁର ଠାରୁ ବଳରାମପୁର ପର୍ଯ୍ୟନ୍ତ ୪ କିଲୋମିଟର ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଏକ କୋଟି ୩୦ ଲକ୍ଷ ୪୩ ହଜାର ଟଙ୍କାର କାର୍ଯ୍ୟାଦେଶ ଠିକାଦାର ବାହୁବଳେନ୍ଦ୍ର ମଲିକ ନେଇଥିଲେ । ୨୦୧୮ ମସିହାରେ କାର୍ଯ୍ୟ ଆରମ୍ଭ ହୋଇ ୨୦୧୯ ମସିହାରେ ଶେଷ ହୋଇଥିଲା। କାର୍ଯ୍ୟ ସରିବାର ପାଞ୍ଚ ବର୍ଷ ପର୍ଯ୍ୟନ୍ତ ରାସ୍ତାର ରକ୍ଷଣାବେକ୍ଷଣ ପାଇଁ ୮ ଲକ୍ଷ ୬୦ ହଜାର ଟଙ୍କାର କାର୍ଯ୍ୟ କରାଯିବା ପାଇଁ ଅର୍ଥ ରହିଥାଏ। ଏହି ପାଞ୍ଚ ବର୍ଷ ଭିତରେ ରାସ୍ତାର ମରାମତି କାର୍ଯ୍ୟତ ଦୂରର କଥା ବର୍ଷା ଦିନେ ରାସ୍ତାକୁ ମାଡିଥିବା ଗଛ ଗୁଡ଼ିକୁ ସଫାକରି ରାସ୍ତାର ଉଭୟ ପାର୍ଶ୍ୱକୁ ମରାମତି କରିବା କଥା କିନ୍ତୁ ଠିକାଦାର ମରାମତି ନାମରେ ଥିବା ଅର୍ଥକୁ ମରାମତି ନକରି ବିଭାଗୀୟ ଯନ୍ତ୍ରୀ କୁ ହାତକରି ଲୁଟିନେଲେ ଲକ୍ଷାଧିକ ଟଙ୍କା। ରାସ୍ତାର ଉଭୟ ପାର୍ଶ୍ଵ ବଣ ବୁଦାରେ ପରିଣତ ହୋଇଥିବାରୁ ରାସ୍ତା ସଙ୍କୁଚିତ ହୋଇ ଯାତାୟତରେ ଅସୁବିଧା ହେଉଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। କେବଳ ଏହି ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ନୁହେଁ ଜିଲ୍ଲାରେ ହୋଇଥିବା ସମସ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ୫ ବର୍ଷର ରକ୍ଷଣା ବେକ୍ଷଣ ପାଇଁ ରହିଥିବା ଲକ୍ଷାଧିକ ଟଙ୍କାକୁ ରାସ୍ତାର ରକ୍ଷଣା ବେକ୍ଷଣରେ ଖର୍ଚ୍ଚ କରାନଯାଇ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ରେ ଚାଲିଛି ହରିଲୁଟ । ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ବହୁ ତଥ୍ୟ ଲୋକଲୋଚନକୁ ଆସି ପାରନ୍ତା।
48