ଜଗତସିଂହପୁର: ଗୃହିଣୀ ମାନଙ୍କ ପାଇଁ ରୋଷେଇ କରିବାରେ ଏବେ ଆଉ ରହିବନି କିଛି ଝିନଝଟ୍ ଅବା କୌଣସି ଅସୁବିଧା। କାହିଁକି ନା ପାଖକୁ ଏବେ ଆସିଯାଇଛି ପି ଏନ୍ ଜି ଗ୍ୟାସ୍। ଆଜି ଅପରାହ୍ନରେ ଜଗତସିଂହପୁର ଜିଲ୍ଲା ସଦରମହକୁମା ସାନବଜାର ନିକଟରେ ଥିବା ଖାନେ କି ଫରମାଇସ୍ ରେ ପ୍ରଥମ କରି ଶୁଭାରମ୍ଭ କରାଯାଇଛି | ଏହି ପି.ଏନ୍.ଜି ବା ପାଇପ୍ ନେଚୁରାଲ ଗ୍ୟାସ ଯୋଜନା ଜଗତସିଂହପୁର ଜିଲ୍ଲା ପାଇଁ ପ୍ରଥମ । ଏହି ଅବସରରେ ବିଜିନେସ ମୁଖ୍ୟ ଅକ୍ଷୟ ୱାଧ୍ଵା, ପ୍ରମିତ୍ ଘୋଷ୍, ମାର୍କେଟିଙ୍ଗ୍ ଡିଜିଏମ୍ ମନିଷ ପଟନି , ପ୍ରୋଜେକ୍ଟ ଚିଫ୍ ମ୍ୟାନେଜର ବରୁଣ୍ ଦେବ୍ , ଟେରିଟୋରୀ ମ୍ୟାନେଜର ଉପେନ୍ଦ୍ର ସେଠୀ, ସିନିୟର୍ ମ୍ୟାନେଜର ସୁମନ କୁମାର, ପ୍ରୋଜେକ୍ଟ ଇଞ୍ଜିନିୟର ଅଙ୍କୁର ଷଡ଼ଙ୍ଗୀ, ଖାନେକି ଫରମାଇସ୍ ର ମାଲିକ ଏସ୍ କେ କରିମ୍ ଉଦ୍ଦିନ ଏବଂ ଅନ୍ୟାନ୍ୟ ସଦସ୍ୟ ପ୍ରମୁଖ ଉପସ୍ଥିତ ରହି ଏହି ପାଇପ୍ ନେଚୁରାଲ ଗ୍ୟାସ ର ଶୁଭାରମ୍ଭ କରିଥିଲେ ।
ଏହି ଯୋଜନା ର ବିଜନେସ ହେଡ୍ ଅକ୍ଷୟ ୱାଧ୍ୱା ଙ୍କ କହିବା ଅନୁଯାୟୀ ଆଉ ବାରମ୍ବାର ବଦଳେଇବାକୁ ପଡିବନି ଗ୍ୟାସ ସିଲିଣ୍ଡର ଏବଂ ଡର ଆଉ ନଥିବ ପାଇପ୍ ରୁ ଗ୍ୟାସ ଲିକ୍ ହେବାର ଭୟ । ଆଉ ଯେଉଁମାନେ ଏହି ଗ୍ୟାସ୍ ବ୍ୟବହାର କରିବେ ମିଟର ଅନୁସାରେ ଟଙ୍କା ପଇଠ କରିବେ । ଆହୁରି ଗୋଟିଏ ବଡ଼ ସୁବିଧା ଗ୍ୟାସ ସରିଗଲେ ଆଉ ଅପେକ୍ଷା କରିବାକୁ ପଡିବନି ନୁତନ ଗ୍ୟାସ ସିଲିଣ୍ଡର ଆସିବା ପର୍ଯ୍ୟନ୍ତ।ଏହି ସେବା କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ମଧ୍ୟରୁ ପ୍ରଥମେ ଜଗତସିଂହପୁର ଜିଲ୍ଲାରେ ଶୁଭାରମ୍ଭ କରାଯାଇଛି।
ଜିଲ୍ଲାର ପୌରାଞ୍ଚଳ ରେ ଥିବା ସମସ୍ତ ହୋଟେଲ, ଫାଷ୍ଟଫୁଡ୍ ବ୍ୟବସାୟୀ ମାନଙ୍କୁ ପ୍ରଥମେ ସମ୍ପୁର୍ଣ୍ଣ ଭାବରେ ଏହି ସୁବିଧା ଯୋଗାଇ ଦିଆଯିବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ର ପ୍ରତ୍ୟେକ ଘରେ ଘରେ ଏହି ସୁବିଧା ଉପଲବ୍ଧ କରାଯିବ ବୋଲି ଶ୍ରୀ ଅକ୍ଷୟ ୱାଧ୍ୱା କହିଛନ୍ତି। ଆହୁରି ମଧ୍ୟ ଏହି ସୁବିଧା ପାଇ ବେଶ୍ ଖୁସି ମୁଁ ଅନୁଭବ କରିଛି ବୋଲି କହିଛନ୍ତି ଖାନେକି ଫରମାଇସ୍ ର ମାଲିକ ଏସ୍ କେ କରିମ୍ ଉଦ୍ଦିନ।