72

ଠକେଇ ଅଭିଯୋଗରେ ଚାକିରୀରୁ ବିଦା ହେଲେ ଆଇଏସ ଅଫିସର

ଭୁବନେଶ୍ୱର: ୨୦୨୩ ବ୍ୟାଚର ଟ୍ରେନି ଆଇଏଏସ୍ ଅଫିସର ପୂଜା ଖେଡ଼କରଙ୍କୁ ତତ୍କାଳ ଭାବେ ଆଇଏଏସ୍ ପଦରୁ ବିଦା କରିଛନ୍ତି କେନ୍ଦ୍ର ସରକାର। ପୂଜା ଖେଡକରଙ୍କ ବିରୋଧରେ ଆଇଏଏସ୍ (ପ୍ରୋବେସନ୍) ନିୟମ, ୧୯୯୫ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେ ମହାରାଷ୍ଟ୍ର କ୍ୟାଡରର ପୂର୍ବତନ ଆଇଏଏସ୍ ଟ୍ରେନି ଥିଲେ।

ସୂଚନା ଅନୁସାରେ ପୂଜା ଓବିସି ଓ ଦିବ୍ୟାଙ୍ଗ କୋଟାର ଅପବ୍ୟବହାର କରି ପ୍ରଶାସନିକ ସେବା ପରୀକ୍ଷାରେ ଫାଇଦା ହାସଲ କରିଥିବା ଅଭିଯୋଗ ହୋଇଥିଲା। ଏହା ଜଣାପଡିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୂଜା ଖେଡକରଙ୍କୁ ତୁରନ୍ତ ଭାରତୀୟ ପ୍ରଶାସନିକ ସେବାରୁ ବହିଷ୍କାର କରିଛନ୍ତି କେନ୍ଦ୍ର ସରକାର । ପୂର୍ବରୁ ପୂର୍ବତନ ଆଇଏଏସ୍ ଅଫିସର ପୂଜା ଖେଡକରଙ୍କ ଆଗୁଆ ଜାମିନ ଆବେଦନକୁ ୟୁପିଏସସି ଏବଂ ଦିଲ୍ଲୀ ପୋଲିସ ବିରୋଧ କରିଥିଲେ।

ୟୁପିଏସି ଜୁଲାଇ ୩୧ରେ ପୂଜା ଖେଡକରଙ୍କ ପ୍ରୋଭିଜନାଲ ପ୍ରାର୍ଥିତ୍ୱ ମନୋନୟନକୁ ରଦ୍ଦ କରିଦେଇଥିଲେ । ଏଥିସହ ତାଙ୍କୁ ଭବିଷ୍ୟତରେ କମିଶନ ପକ୍ଷରୁ ଆୟୋଜିତ ସମସ୍ତ ପରୀକ୍ଷାରୁ ବଞ୍ଚିତ ରଖାଯାଇଛି । ଠକେଇ ତଥା ଓବିସି ଓ ଭିନ୍ନକ୍ଷମ କୋଟା ର ଦୁରୁପଯୋଗ ଅଭିଯୋଗରେ ପୂଜା ଖେଡକର ଏବେ ଅନ୍ତରୀଣ ଜାମିନରେ ଅଛନ୍ତି।

Spread the love