101

ଶିକ୍ଷକଙ୍କ ବଦଳିକୁ ବାତିଲ କରିବା ଦାବିରେ ସିଆରସିସି ଙ୍କୁ ଅଟକ ରଖିଲେ ଗ୍ରାମବାସୀ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌର ପରିଷଦ ଅନ୍ତର୍ଗତ ୨ ନମ୍ବର ୱାର୍ଡରେ ଥିବା ଗୋତିଗୁଡା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବା କୁ ମିଳିଛି । ଏହି ସ୍କୁଲରେ କାର୍ଯ୍ୟରତ ଜଣେ ଶିକ୍ଷକ ଙ୍କ ବଦଳି କୁ ବାତିଲ ଦାବୀ କରି ଆଜି ଗ୍ରାମବାସି ଦୀର୍ଘ ସମୟ ଧରି ସିଆରସିସି ହେମନ୍ତ କୁମାର ସାହୁଙ୍କୁ ଦୀର୍ଘ ୩ ଘଣ୍ଟା ଧରି ଅଟକ ରଖିଥିଲେ। ପରେ ଉକ୍ତ ଶିକ୍ଷକ ଙ୍କ ବଦଳି ବାତିଲ ହେବା ଚିଠି ପାଇବା ପରେ ଅଟକ ସିଆରସିସି ଙ୍କୁ ଗ୍ରାମବାସୀ ଛାଡ଼ି ଦେଇଥିଲେ । ସୁଚନା ଅନୁସାରେ ଉମରକୋଟ ସହର ଭିତରେ ଥିବା ଗୋତିଗୁଡା ଗ୍ରାମ ଠାରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି ଏବଂ ଏହି ସ୍କୁଲରେ ପ୍ରାୟ ୧୯୦ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରନ୍ତି । ଏହି ସ୍କୁଲରେ ୬ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି । ତେବେ ବ୍ଲକ ଶିକ୍ଷା ଅଧିକାରୀ ବିକାଶ ସରକାର ହଠାତ ସେପ୍ଟେମ୍ବର ୪ ତାରିଖ ଦିନ ପତ୍ର ସଂଖ୍ୟା ୨୪୪୩/୨୪ ଅନୁସାରେ ଏହି ସ୍କୁଲ ର ଶିକ୍ଷକ ବାବୁରାମ ପାତ୍ର ଙ୍କୁ ସରକାରୀ ପ୍ରାଥମିକ ବିଦ୍ୟାଳୟ ୟୁ ଭି ୧୧ ନାୟକଗୁଡା କୁ ଅସ୍ଥାୟୀ ଭାବେ ବଦଳି କରିଥିଲେ । ଏହି ଖବର ଶୁଣିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖା ଦେଇଥିଲା । ୨ ନମ୍ୱର୍ ୱାର୍ଡ କାଉନସିଲର ଚିତରଞ୍ଜନ ପାତ୍ର ଙ୍କ ନେତୃତ୍ୱ ରେ ଶତାଧିକ ଗ୍ରାମବାସୀ ସ୍କୁଲ କୁ ଆସି ପ୍ରବଳ ହଟ୍ଟଗୋଳ କରିଥିଲେ । ଏହି ସମୟ ରେ କୌଣସି କାମରେ ସ୍କୁଲକୁ ଆସିଥିବା ସିଆରସିସି ହେମନ୍ତ କୁମାର ସାହୁଙ୍କୁ ଦେଖି ଗ୍ରାମବାସୀ ସ୍କୁଲ ଗେଟ ଦେଇ ଦୀର୍ଘ ସମୟ ଯାଏଁ ଅଟକ ରଖିଥିଲେ । ପରେ ଅଟକ ହୋଇଥିବା ସିଆରସିସି ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ଅବଗତ କରିବା ପରେ ବ୍ଲକ ଶିକ୍ଷା ଅଧିକାରୀ ପତ୍ର ସଂଖ୍ୟା ୨୪୫୪/୨୪ ଅନୁସାରେ ବାବୁରାମ ପାତ୍ର ଙ୍କ ବଦଳି ଆଦେଶ ଚିଠି କୁ ସ୍କୁଲ୍ କୁ ପଠାଇ ଥିଲେ। ପରେ ଉତ୍ୟକ୍ତ ଗ୍ରାମ ବାସୀ ସିଆରସିସି ଙ୍କୁ ବାହାର କୁ ଆସିବା ପାଇଁ ଛାଡିଥିଲେ । କାଉନସିଲର ଚିତ୍ତ ପାତ୍ର ଙ୍କ କହିବା ହେଲା ୨ ବର୍ଷ ହେଲା ବାବୁରାମ ପାତ୍ର ଏହି ସ୍କୁଲ ରେ ନିଯୁକ୍ତି ପାଇଛନ୍ତି । ଏହି ୨ ବର୍ଷ ଭିତରେ ବାବୁରାମ ପାତ୍ର ଛାତ୍ରଛାତ୍ରୀ ତଥା ଗ୍ରାମବାସୀଙ୍କ ମଧ୍ୟରେ ବେଶ ଲୋକ ପ୍ରିୟତା ହାସଲ କରିଛନ୍ତି । ସେ ଭଲ ପାଠ ପଢେଇବା ସହ ପିଲାଙ୍କୁ ନାଚ ଓ ଗୀତ ମଧ୍ୟ ଶିଖାଇ ଥାଆନ୍ତି ବୋଲି କହିଛନ୍ତି କାଉନସିଲର ଚିତରଞ୍ଜନ ପାତ୍ର । ତେବେ ବଦଳି ବାତିଲ ପରେ ମଧ୍ୟାହ୍ନ ଭୋଜନ ପରେ ସ୍କୁଲରେ ଶିକ୍ଷାଦାନ ସ୍ଵାଭାବିକ ଅବସ୍ଥାକୁ ଆସିଛି |

Spread the love