ଭୁବନେଶ୍ୱର: ସୁହାନା ଖାନ୍ ତାଙ୍କ ଫ୍ୟାଶନ୍ ସେନ୍ସ ଏବଂ ଲୁକ୍ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ବଲିଉଡ୍ ବାଦଶାହ ଶାହରୁଖ୍ ଖାନଙ୍କ ରାଜକୁମାରୀ ସୁହାନା ଖାନ । ସେ ଇନ୍ଷ୍ଟାରେ ତାଙ୍କର ନୂଆ ଫଟୋ ଶେୟାର କରିଛନ୍ତି। ତାଙ୍କ ଏହି ପଟୋଗୁଡିକ ଭାଇରାଲ୍ ଏବେ ଭାଇରଲ ହେବାରେ ଲାଗିଛି । ଏସବୁକୁ ଖୁବ୍ ପସନ୍ଦ କରୁଛନ୍ତି ସୁହାନାଙ୍କ ପ୍ରଶଂସକମାନେ । ଏହି ଫଟୋରେ ଷ୍ଟାର୍କିଡ୍ ଶାଢିରେ ତାଙ୍କର ଗ୍ଲାମରସ୍ ଚେହେରା ଦେଖେଇଛନ୍ତି।
ଇନ୍ଷ୍ଟଗ୍ରାମରେ ଶେୟାର ହୋଇଥିବା ଏହି ଫଟୋରେ ସୁହାନା ନୀଳ ରଙ୍ଗର ଶାଢି ସାଙ୍ଗକୁ ମ୍ୟାଚିଂ ବ୍ଲାଉଜ୍ ପିନ୍ଧିଛନ୍ତି। କାନରେ ଥିବା ରିଙ୍ଗ୍ ମଧ୍ୟ ଖୁବ୍ ଆକର୍ଷଣୀୟ। ଫଟୋରେ ତାଙ୍କ ଚୁଟି ଖେଳେଇ ହୋଇ ପଡିଥିବା ବେଳେ ମଥାରେ ଛୋଟ ବିନ୍ଦି ଦେଖିଲା ଭଳି।
ସୁହାନା ଖାନ୍ ଙ୍କ ଏହି ଫଟୋରେ ଥରେ ନଜର ପଡିଲେ ଫେରିବା ମୁସ୍କିଲ୍ । ଫଟୋରେ ତାଙ୍କର କଣିକିଆ ଚାହାଣୀ ଖୁବ ଆକର୍ଷଣୀୟ। ଫୁଲ ଫ୍ରେମ୍ ଫଟୋରେ ସୁହାନା ଘର ଏକ ଡିଜାନିଂ ବାଡା ପାଖରେ ପୋଜ୍ ଦେଇଛନ୍ତି। ଏହି ଶାଢି ଫଟୋ ଦେଖି ଦିବାନା ହେବାରେ ଲାଗିଛନ୍ତି ଫ୍ୟାନ୍ସ। ଜଣେ ପ୍ରଶଂସକ କହିଛନ୍ତି ଏହାକୁ ଦେଖି ମୋ ହାର୍ଟବିଟ ବଢି ଯାଉଛି |