ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତ ଅନ୍ତର୍ଗତ ପାନପାଲ୍ଲୀ ଗ୍ରାମର ସର୍ପାଘାତରେ ପୀଡିତ ଅରକ୍ଷିତ ପରିଡାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଓଡ଼ିଶାର ଅଗ୍ରଣୀ ସ୍ୱେସ୍ଥାସେବୀ ଅନୁଷ୍ଠାନ ମା’ ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ | ସୂଚନାଯୋଗ୍ୟ କି, ଅରକ୍ଷିତ ଜଣେ ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ | ଆଠ ଦିନ ପୂର୍ବେ ଧାନ ବିଲରେ ଧାନ ରୋଇବା ସମୟରେ ସର୍ପାଘାତର ଶୀକାର ହୋଇ ବର୍ତ୍ତମାନ ହାଇଟେକ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି | ତାଙ୍କ ପତ୍ନୀ ଡାକ୍ତରଖାନାରେ ସ୍ୱାମୀଙ୍କ ପାଖରେ ଅଛନ୍ତି | ଏ ପଟେ ଗାଁରେ ଛୋଟ ଛୋଟ ପିଲା ମାନଙ୍କ ମୁହଁରେ ଦାନା ଗଣ୍ଡା ଯୋଗାଇବାକୁ କେହି ନାହାନ୍ତି | ଅରକ୍ଷିତଙ୍କ ଚିକିସ୍ଥାରେ ଅର୍ଥ ସାଜିଛି ବାଧକ | ବିଭିନ୍ନ ଗଣମାଧ୍ୟମରୁ ଏହି ଦୁଃଖଦ ଖବର ପାଇ ମା ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ସଭାପତି ତଥା ସମାଜସେବୀ ଇଂ ଶଙ୍ଖେଶ୍ଵର ପ୍ରସାଦ ମହାନ୍ତିଙ୍କ ପରାମର୍ଶ କ୍ରମେ ବରିଷ୍ଠ ସଦସ୍ୟ ପ୍ରକାଶ ମହାନ୍ତି, ପ୍ରବୀର କୁମାର ସ୍ୱାଇଁ, ଜୀବନଜ୍ୟୋତି ଜୟସିଂ,ରୁନିବାଳା ମଲ୍ଲିକ ଏବଂ ତୁଷାରକାନ୍ତ ସ୍ୱାଇଁ ପ୍ରମୁଖ ଅରକ୍ଷିତଙ୍କ ବାସଭବନରେ ପହଞ୍ଚି ତାଙ୍କ ପରିବାରକୁ ଦଶ ହଜାର (୧୦,୦୦୦/-) ଟଙ୍କାର ଆର୍ଥିକ ସହାୟତା ଏବଂ ଏକ ମାସର ରାସନ ସାମଗ୍ରୀ ଦେବା ସହ ଅରକ୍ଷିତଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ | ମା’ ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ବଦାନ୍ୟତା ପାଇଁ ଅରକ୍ଷିତଙ୍କ ପରିବାର କୃତଜ୍ଞତା ଜଣାଇଥିବା ବେଳେ ଅନୁଷ୍ଠାନର ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୁୟୀୟସୀ ପ୍ରଶଂସା କରାଯାଇଛି |
81