144

ଯନ୍ତାରେ ପଡିଲା ଭାଲୁ

ନବରଙ୍ଗପୁର: ଦୀର୍ଘ ୧୫ ଦିନ ହେବ ବନବିଭାଗ ଓ ଗ୍ରାମବାସୀ ଙ୍କ ନିଦ ହଜାଇ ଥିବା ଭାଲୁ ଶେଷରେ ଧରାପଡିଛି l ବର୍ତମାନ ବନବିଭାଗ ଭାଲୁ କୁ ନେଇ ସୁରକ୍ଷିତ ସ୍ଥାନରେ ରଖିବା ସହ ତାହାର ସ୍ୱାସ୍ଥ୍ୟ ପରୀକ୍ଷା କରିବ ବୋଲି ସୂଚନା ମିଳିଛି l ଅନ୍ୟପଟେ ଗାଁ ରୁ ଭାଲୁ ଯିବା ପରେ ଗ୍ରାମବାସୀ ଖୁସି ହୋଇଛନ୍ତି l

ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଚନ୍ଦ୍ରପୁର ଗ୍ରାମରେ ପ୍ରାୟ ୧୫ ଦିନ ହେବ ଏକ ଭାଲୁ ଗ୍ରାମରେ ପଶିଆସିବା ସହ ଚନ୍ଦ୍ରପୁର ଆଶ୍ରମ ବିଦ୍ୟାଳୟ ପାଚେରୀକୁ ଲାଗିକି ଥିବା ମକା ବାଡ଼ରେ ରହି ଆସୁଥିଲା | ସମୟ ସମୟେ ଖାଦ୍ୟ ଅନ୍ୱେଷଣ ପାଇଁ ନିର୍ବିଘ୍ନ ରେ ବାହାରକୁ ବାହାରି ଏଣେତେଣେ ବୁଲିବା ସହ ଗାଁ ଭିତରକୁ ପଶିଆସି ଖାଦ୍ୟ ଖାଇ ବିଚରଣ କରୁଥିଲା | ଯାହାକୁ ନେଇଁ ଗ୍ରାମବାସୀ ଭୟଭୀତ ହେବା ସହ କେତେବେଳେ କିଛି ଅଘଟଣ ଘଟିବାର ଆଶଙ୍କା ମଧ୍ୟ କରୁଥିଲେ | ସେହିଭଳି ଭାଲୁ ଟି ଆଶ୍ରମ ବିଦ୍ୟାଳୟ ପାଚେରୀ କୁ ଲାଗିକି ରହିଥିବା ମକା ବାଡ଼ରେ ରହୁଥିବାରୁ କାଳେ କେତେବେଳେ ବିଦ୍ୟାଳୟ ଭିତରକୁ ପଶି ଆସିବାର ଆଶଙ୍କା କରି ଛାତ୍ରଛାତ୍ରୀ ମଧ୍ୟ ଭୟଭୀତ ହେଉଥିଲେ | ଏପରିକି ଗ୍ରାମବାସୀ ଚାଷଵାସ କରିବାକୁ ଜମିକୁ ମଧ୍ୟ ଯାଉନଥିଲେ | ତେଣୁ, ସେମାନେ ତୁରନ୍ତ ଭାଲୁ କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବନବିଭାଗ କୁ ଦାବୀ କରିଥିଲେ | ଅନ୍ୟପଟେ ବନବିଭାଗ ର କର୍ମଚାରୀ ଦିନରାତି ସେଠାରେ ରହି ଭାଲୁର ଗତିବିଧି କୁ ତୀକ୍ଷ୍ଣଣ ନଜର ରଖିଥିଲେ ମଧ୍ୟ ଭାଲୁ କୁ କାବୁ କରିପାରୁନଥିଲେ | ଯାହାକୁ ନେଇଁ ଆଜି ନବରଙ୍ଗପୁର ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ ପ୍ରସାଦ ବେହେରା, ଉକ୍ତ ଭାଲୁକୁ କାବୁ କରିବା ପାଇଁ RRT (ରେପିଡ଼ ରେସ୍ପୋଅନ୍ସ ଟିମ ) କୁ ସେଠାକୁ ପଠାଇଥିଲେ | ଆର.ଆର.ଟି ଟିମ ଭାଲୁ ରହିଥିବା ମକା ବାଡ଼ ରେ ଏକ ଜନ୍ତା ଲଗାଇ ଭିତରେ ମହୁଲ, ମହୁ ଓ ବିଭିନ୍ନ ବାସ୍ନା ଯୁକ୍ତ ଖାଦ୍ୟ ରଖି ଜଗି ବସିଥିଲେ | ବିଳମ୍ବିତ ରାତିରେ ଖାଦ୍ୟ ର ବାସ୍ନା ଘ୍ରାଣ କରି ଭାଲୁ ଟି ଖାଇବାକୁ ଆସି ଜନ୍ତା ଭିତରେ ପଡିଯାଇଥିଲା | ବନବିଭାଗ ତୁରନ୍ତ ଭାଲୁ କୁ କାବୁ କରି ଏକ ସୁରକ୍ଷିତ ସ୍ଥାନକୁ ନେବା ସହ ତାହାର ସ୍ୱାସ୍ଥ୍ୟ ପରୀକ୍ଷା କଲା ପରେ ଜଙ୍ଗଲ ରେ ଛଡାଯିବ ବୋଲି ସୂଚନା ଦେଇଛି |
ଅନ୍ୟପଟେ ଗ୍ରାମରୁ ଭାଲୁ କୁ ନିଆଯିବା ପରେ ଗ୍ରାମବାସୀ ଖୁସି ହୋଇଛନ୍ତି |

Spread the love