130

ଦୁର୍ଘଟଣାଗ୍ରସ୍ତ ହେଲା ଭାରତୀୟ ତଟରକ୍ଷୀ ବାହିନୀର ହେଲିକପ୍ଟର

ଭୁବନେଶ୍ୱର: ପୋରବନ୍ଦର ଉପକୂଳ ନିକଟରେ ଘଟିଲା ବଡ଼ ଅଘଟଣ । ଦୁର୍ଘଟଣାଗ୍ରସ୍ତ ହେଲା ଭାରତୀୟ ତଟରକ୍ଷୀ ବାହିନୀର ALH ହେଲିକପ୍ଟର । ପୋରବନ୍ଦର ଉପକୂଳ ନିକଟ ଆରବ ସାଗରରେ ଏମର୍ଜେନ୍ସି ଲ୍ୟାଣ୍ଡିଂ ବେଳେ ଘଟିଛି ଏହି ଅଘଟଣ । ହେଲିକପ୍ଟରରେ ଚାରିଜଣିଆ ଚାଳକ ଟିମ୍ ରହିଥିଲେ । ତଟରକ୍ଷୀ ବାହିନୀର ସୂଚନା ଅନୁଯାୟୀ ଚାଳକ ଟିମର ଜଣେ ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି ମାତ୍ର ଏବେବି ନିଖୋଜ ତିନିଜଣ ସଦସ୍ୟଙ୍କୁ ଖୋଜା ଚାଲିଛି ।

ତଟରକ୍ଷୀ ବାହିନୀ ପକ୍ଷରୁ କୁହାଯାଇଛି ଯେ, ଅବତରଣ ପାଇଁ ହେଲିକପ୍ଟର ଜାହାଜ ପାଖକୁ ଯିବା ସମୟରେ ଏହି ଦୁର୍ଘଟଣା ଘଟିଛି । ନିଖୋଜ ତିନିଜଣ ସଦସ୍ୟଙ୍କୁ ଖୋଜିବାକୁ ଜୋରଦାର ଉଦ୍ୟମ ଜାରିରହିଛି । ସର୍ଚ୍ଚ ଅପରେସନରେ ୪ଟି ଜାହାଜ ଓ ଦୁଇଟି ବିମାନକୁ ନିୟୋଜିତ କରାଯାଇଛି । ବିମାନର କିଛି ଅଂଶକୁ ମଧ୍ୟ ଉଦ୍ଧାର କରାଯାଇଛି ।

Spread the love