ଜଗତସିଂହପୁର: ଏରସମା ବ୍ଲକ ଅନ୍ତର୍ଗତ ବାମଦେଇପୁର ଗ୍ରାମ ପଞ୍ଚାୟତ କଙ୍କରଦିଆ ସରକାର ପ୍ରାଥମିକ ବିଦ୍ୟାଳୟ ପରିସରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ “ମା ପାଇଁ ଗଛଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି l ବାମଦେଇପୁର ପଞ୍ଚାୟତ ସରପଞ୍ଚ ବୈଜନ୍ତି ମହାନ୍ତିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ ପ୍ରବନ୍ଧକ ଦେବାଶିଷ ରଥ ଯୋଗଦେଇ ଆନୁଷ୍ଠାନିକ ଭାବେ ପ୍ରଦିପ ପ୍ରଜ୍ଜେlଳନ କରିଥିଲେ। ସମ୍ମାନିତ ଅତିଥି ଭାବେ ଚିଫ୍ ମ୍ୟାନେଜର ଅରବିନ୍ଦ ତ୍ରିପାଠୀ ,ପାରାଦୀପ ବଜାର ବ୍ରାଞ୍ଚ ମ୍ୟାନେଜର ବାପିନା କୁମାର ସାହୁ, ସରକାରୀ ପ୍ରାଥମିକ ବିଦ୍ୟାଳୟ କଙ୍କରଦିଆ ପ୍ରଧାନ ଶିକ୍ଷୟତ୍ରୀ ଛବି ଲତା ସାହୁ , ବାଲିତୁଠ ସରପଞ୍ଚ ପ୍ରଫୁଲ୍ଲ ଦାସ, ବାମଦେଇପୁରୁ ପୃବତନ ସରପଞ୍ଚ ଗୋପୀନାଥ ସାମନ୍ତରାୟ ପ୍ରମୁଖ ଯୋଗଦେଇ ପରିବେଶ ସୁରକ୍ଷା ଓ ବୃକ୍ଷ ରୋପଣ ବିଷୟରେ ସଚେତନତା କରାଇବା ସହିତ ଗଛଟିକୁ ନିଜ ପୂଅ ଝିଅ ପରି ଯତ୍ନବାନ କରିବା ପାଇଁ ପରାମର୍ଶ ଦେଇଥିଲେ। ସାତ ପଞ୍ଚାୟତର କେନ୍ଦ୍ର ସ୍ଥଳୀ ବାଲିତୁଠ ବଜାର ପରିସରରେ ଅଞ୍ଚଳର ଜନସାଧାରଣଙ୍କ ସୁବିଧା ନିମନ୍ତେ ପାରାଦୀପ ଷ୍ଟେଟ ବ୍ୟାଙ୍କ ଶାଖା ତରଫରୁ ବାଲିତୁଠରେ ଏକ ଷ୍ଟେଟ ବ୍ୟାଙ୍କ ଶାଖା ଖୋଲାଯିବ ଯେ ବୋଲି ପାରାଦୀପ ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ ପ୍ରଭନ୍ଦକ ଶ୍ରୀ ରଥ ଘୋଷଣା କରିଥିଲେ ।ବିଦ୍ୟାଳୟ ପରିଚାଳନା କମିଟି ସଭାପତି କାହ୍ନୁ ଚରଣ ପାତ୍ର, ସହକାରୀ ଶିକ୍ଷକ ମିତ୍ରଭାନୁ ସାହୁ, ସୁଶାନ୍ତ ସିଂ , ଦେବାଶିଶ୍ ମୁଣ୍ଡା, ଦେବଯାନୀ ସ୍ୱାଇଁ, ସିଆରସିସି ନୀରଞୀନ ମହାପାତ୍ର , ମହାଲକ୍ଷ୍ମୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଭୟ କୁମାର ପରିଡ଼ା, ବାଲିତୁଠ ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଲୀନା ନନ୍ଦ, ବୈଷ୍ଣବ ମହାନ୍ତି, ବାବୁରାମ ଦଳାଇ ,ଗଗନ ବିହାରୀ ପାତ୍ରଙ୍କ ସମେତ ଗ୍ରାମର ଗ୍ରୁଫ୍ ମହିଳା ଓ ଗ୍ରାମର ମରବୀମାନେ ଉପସ୍ଥିତ ରହିଥିଲେ ଓ ସ୍କୁଲର ଛାତ୍ରଛାତ୍ରୀ ମାନେ ସ୍କୁଲ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିଥିଲେ।
151