85

ବିଦ୍ୟୁତ ବିଭାଗ ର ଦୁର୍ନୀତି ବିରୋଧରେ ଦାବିପତ୍ର ପ୍ରଦାନ

ନବରଙ୍ଗପୁର: ନବୀନ ସରକାରଙ୍କ ଗୋଟିଏ ଭୁଲ ଯୋଗୁଁ ଜନସାଧାରଣ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି | ନବୀନ ସରକାର ଥିବାବେଳେ ବିଦ୍ୟୁତ ବିଭାଗ କୁ ସାଉଥ କୋ ନାମକ କମ୍ପାନୀ ରୁ ଛଡେଇ ନେଇ ଟାଟା କମ୍ପାନୀ କୁ ବିକ୍ରୟ କରିଦିଆଗଲା | ଏହାର ସୁଯୋଗ ନେଇ ଟାଟା କମ୍ପାନୀ ବିଦ୍ୟୁତ ଗ୍ରାହକ ମାନଙ୍କୁ ବହୁତ ହଇରାଣ କରିବାରେ ଲାଗିଛନ୍ତି|ସେମାନେ ଗ୍ରାହକ ଙ୍କ ବିନା ଅନୁମତିରେ ଘରେ ଘରେ ସ୍ମାର୍ଟ ମିଟର ଲଗାଇ ଦେଉଥିବା ଦେଖିବାକୁ ମିଳିଛି|ଯାହାଫଳରେ ବିଲ ଅଧିକ ରୁ ଅଧିକ ଆସୁଥିବା ଦେଖିବାକୁ ମିଳିଛି | ଏସବୁ ସାଧାରଣତଃ ଗରିବ ନିରୀହ ଲୋକଙ୍କୁ ଶୋଷଣ କରୁଥିବା ଶୁଣିବାକୁ ମିଳିଛି | କିନ୍ତୁ ଉକ୍ତ ସ୍ମାର୍ଟ ମିଟର ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ କିମ୍ବା କୌଣସି ବିଭାଗୀୟ କର୍ମଚାରୀ ଙ୍କ ଘରେ ଲାଗିନାହିଁ | ଏହି ସ୍ମାର୍ଟ ମିଟର ର ମାସିକ ଭଡା ୬୦ ଟଙ୍କା ନେଉଥିବା ସୂଚନା ମିଳିଛି ଯାହାକୁ ୯୬ ମାସ ପର୍ଯ୍ୟନ୍ତ ନେଉଥିବା ଅଭିଯୋଗ ହେଇଛି | ଏଭଳି ଅଭିଯୋଗ ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ର କିଛି ସାହି ବାସିନ୍ଦା ଏକ ଦାବିପତ୍ର ନେଇ ବିଦ୍ୟୁତ ବିଭାଗ କୁ ଯାଇ ଏସଡ଼ିଓ ଙ୍କୁ ଦେଇଥିଲେ ଏବଂ ବିଦ୍ୟୁତ ବିଭାଗ ର ଏଭଳି ଜୁଲମ କୁ ବିରୋଧ କରି ବିଭିନ୍ନ ନାରା ମଧ୍ୟ ଦେଇଥିଲେ, ଯଦି ଏହାର ସମାଧାନ ଶୀଘ୍ର କରା ନ ଗଲେ ଆଗାମୀ ଦିନରେ ଘରେ ଘରେ ଥିବା ସ୍ମାର୍ଟ ମିଟର କୁ କାଢି ଆଣି ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଫୋପାଡ଼ି ଦିଆଯିବ ଏବଂ ଧାରଣା ଦେଇ ଆନ୍ଦୋଳନ କରାଯିବ ବୋଲି ସହିବାସିନ୍ଦା ଚେତାବନୀ ଦେଇଛନ୍ତି |

Spread the love