152

ଜଗତସିଂହପୁର ପୋଲିସକୁ ମିଳିଲା ବଡ ସଫଳତା

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ରେ ଧଳା ଜହର ସେବନ କରି ଜୁବସମାଜ ଆଜି ଅବାଟରେ ନାନା ପ୍ରକାର ଚୋରି ଡକାୟତି ବଳାତ୍କାର ମର୍ଡର ଭଳି କ୍ରାଇମ୍ କରିବାକୁ ପଛାଉ ନାହାଁନ୍ତି । ଏଭଳି ସମୟରେ ଜଗତସିଂହପୁର ପୋଲିସ ର ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ବେଳେ ଜଗତସିଂହପୁର ପୋଲିସ ଅତିର୍କିତ ଚଢାଉ କରି ୩୫ଗ୍ରାମ ଧଳା ଯହର ସହିତ ଲକ୍ଷାଧିକ ଟଙ୍କା ଜବତ କରି ଦୁଇ ଜଣଙ୍କୁ ଗିରଫ କରିଛି । ଜଗତସିଂହପୁର ପୋଲିସ ଏକ ବିଶେଷ ସୂତ୍ରରୁ ଖବର ପାଇ ତରିକୁନ୍ଦ୍ ନିକଟସ୍ଥ ବେରହମପୁର ଗ୍ରାମ ନିକଟରେ ପୋଲିସ ର ସ୍ପେଶାଲ ସ୍କ୍ୱାର୍ଡ ଛଞ୍ଚାଣ ପରି ଜଗି ରହିଥିବା ବେଳେ ଧଳା ଜହର କାରବାର କରୁଥିବା ଯାଜପୁର ଜିଲ୍ଲା ର ଧର୍ମସାଳା ଅଞ୍ଚଳର ଦିଲୀପ ଜେନା ନାମକ ବ୍ୟକ୍ତି ଧଳା ଜହର ଆଣି ଵେରାହମ ପୁର ସ୍ଥାନୀୟ ଅଞ୍ଚଳର ଅବଦୁଲ ସତାର ନାମକ ବ୍ୟକ୍ତି ଙ୍କୁ ଦେବା ସମୟରେ ପୋଲିସ ଛଞ୍ଚାଣ ପରି ଝାମ୍ପ ମାରି ଦୁଇଜଣଙ୍କୁ କାବୁ କରିଥିଲା। ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ତରିକୁନ୍ଦ ସ୍ଥିତ ବେରହମପୁର ଠାରେ ପୋଲିସ ସ୍ପଷାଲସ୍ବାକ୍ଡ ପକ୍ଷରୁ ଚଢ଼ାଉ କରାଯାଇ ୩୫ ଗ୍ରାମ ବ୍ରାଉନ ସୁଗାର , ସହିତ ୧ ଲକ୍ଷ ୪୮ ହଜାର ଟଙ୍କା ଓ ମୋବାଇଲ ଫୋନ ଜବତ କରିବା ସହିତ ଦୁଇଜଣଙ୍କୁ ଗିରଫ କରିଥିଲା।ଗିରଫ ହୋଇଥିବା ଅବଦୁଲ ସତାର ଆଗରୁ ଧଳା ଜହର କାରବାର ସହିତ ଅନ୍ୟ ଘଟଣାରେ ଜେଲ ଯାଇଥିଲା। ଯାଜପୁର ଜିଲ୍ଲା ର ଧର୍ମଶାଳା ଅଞ୍ଚଳର ଦିଲୀପ ଜେନା ବ୍ରାଉନ ସୁଗାର ଆଣି ଜଗତସିଂହପୁର ଜିଲ୍ଲା ରେ ଯୋଗାଉ ଥିଲେ। ବୋଲି ଥାନା ଅଧକାରୀ ଗୋକୁଳ ରଞ୍ଜନ ଦାସ ଙ୍କ ପଖ୍ୟରୁ ସୁଚନା ମିଳିଛି। ଏଭଳି ଧଳା ଜହର ବେପାରୀ କୁ ଜଗତସିଂହପୁର ପୋଲିସ ଧରି ନିଜ ହେପାଜତକୁ ନେଇ ବର୍ତମାନ ଖୋଳତାଡ଼ ଜାରି ରଖିଥିବାବେଳେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିବା ନେଇ ସାଧାରଣରେ ଥାନା ଅଧକାରୀ ଙ୍କ ପାଇଁ ଧନ୍ୟବାଦ ର ସୁଅ ଛୁଟିବାରେ ଲାଗିଛି |

Spread the love