ଏରସମା: ଏରସମା ବ୍ଲକ ଅନ୍ତର୍ଗତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବାଲିତୁଠରେ ନିଆରା ଢଙ୍ଗରେ ରକ୍ଷା ବନ୍ଧନ ପର୍ବ ପାଳନ ହୋଇଯାଇଛି। ଶିଶୁ ବିଦ୍ୟାମନ୍ଦିରର ପ୍ରନିସପାଲ ସନ୍ତୋଷ କୁମାର ସାହୁ, ପ୍ରଧାନ ଗୁରୁଜୀ ଅଲିଳ କୁମାର ବେହେରା ଗୁରୁଜୀ, ସନ୍ତୋଷ କୁମାର ଆଚାର୍ଯ୍ୟ , ପବିତ୍ରାନନ୍ଦ ଦାସ , ଶିମଲା ମହାନ୍ତି, ସ୍ଥିତିପ୍ରଙ୍ଗା ପରିଡ଼ା, ତନୁଜା ମହାନ୍ତି , ପ୍ରଭାବତୀ ନାୟକ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ସମାଜସେବୀ ପ୍ରକାଶ ଚନ୍ଦ୍ର ପାଲ୍, ଜଗତସିଂହପୁର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ଉପ ସଭାପତି ଉମାକାନ୍ତ ପରିଡ଼ା, ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦ୍ୟୁମ୍ନ ମିଶ୍ର ଓ ସମାଜସେବୀ ଲକ୍ଷ୍ମୀକାନ୍ତ ଦାଶ ଉପସ୍ଥିତ ଥିବା ଅତିଥି ମାନଙ୍କୁ ବନ୍ଦାପନା କରିବା ସହିତ ହାତରେ ରାକ୍ଷୀ ବାନ୍ଧି ମିଠା ଖୁଆଇ ଆର୍ଶୀବାଦ ନେଇଥିଲେ। ଅତିଥି ମାନେ ସମସ୍ତ ଗୁରୁଜୀ ଓ ଛାତ୍ରଛାତ୍ରୀ ମାନଙ୍କୁ ମିଠା ଖୁଆଇବା ସହିତ ଚକଲେଟ୍ ବାଣ୍ଟିଥିଲେ।
ଏହାପରେ ସମାଜସେବୀ ପ୍ରକାଶ ଚନ୍ଦ୍ର ପାଲ୍ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପରିସରରେ ବୁଲି ସ୍ଥିତି ଅନୁଧ୍ୟାନ କଲାପରେ ଶ୍ରୀ ପାଲ୍ ଶିଶୁ ବିଦ୍ୟାମନ୍ଦିରରେ ପରିସରରେ ଏକ ଶୈlଚାଳୟ କରେଇଦେବା ସହ ସିସିଟିଭି କ୍ୟାମରା ଲଗାଯିବ ବୋଲି ସୂଚନା ଦେଇଥିଲେ ଏବଂ ତାହା ସହିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପରିସରରେ ଥିବା ପାଣି ପାଇପିକୁ କିଛି ଅସାମାଜିକ ବ୍ୟକ୍ତି ଭାଙ୍ଗିଦେବା କଥା ଶୁଣି ସେମାନଙ୍କର ଏଭଳି ହିନ କାର୍ଯ୍ୟ ପାଇଁ ବ୍ୟକ୍ତିମାନଙ୍କୁ ଘୋର ନିନ୍ଦା କରିଥିଲେ ସମାଜ ସେବି ପ୍ରକାଶ ପାଲ୍ ଏବଂ ଆଗାମୀ ଦିନରେ ପାଚେରୀ ନିର୍ମାଣ କରିବାପାଇଁ କିଛି ସଂସ୍ଥା ଏବଂ ଅନୁଷ୍ଠାନର ସାହାଯ୍ୟ ସହଯୋଗରେ ପାଚେରୀ କରିବାକୁ ଚେଷ୍ଟା କରିବେ ବୋଲି ସୂଚନା ଦେଇଛନ୍ତି