ଜଗତସିଂହପୁର: ପଶ୍ଚିମବଙ୍ଗରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସାରା ଦେଶରେ ଏବେ ପ୍ରତିବାଦ ଜୋର ଧରିଛି I ଜଣେ କାର୍ଯ୍ୟରତ ମହିଳା ଡାକ୍ତରଙ୍କ ପ୍ରତି ହୋଇଥିବା ଅମାନବୀୟ ଓ ବର୍ବର କାଣ୍ଡ ପାଇଁ ଏବେ ସାରା ଦେଶର ଡାକ୍ତର ମାନେ ଏକାଠି ହୋଇଛନ୍ତି I ଚିକିତ୍ସା ଛାଡି ଆଜି ଧର୍ମଘଟ କୁ ଓଲ୍ହାଇଛି ସର୍ବଭାରତୀୟ ଚିକିତ୍ସକ ସଂଘ I ସେହିଭଳି ଆଜି ଜଗତସିଂହପୁର ସହରର ତେଜଶ୍ୱନି ମହିଳା ସଂଗଠନ,ରେଡ଼ିଓ ସଂସ୍କାର,ଫିଟନେସ ଗ୍ରୁପ ଓ ସରଳା ଦେବୀ ମହିଳା ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ମାର୍କେଣ୍ଡ ସ୍ୱର ମନ୍ଦିର ପରିସରରୁ ଏକ କ୍ୟଣ୍ଡଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ସଦରଥାନା ଓ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ ପରିସରରେ ପହଞ୍ଚି ପିଡ଼ିତାଙ୍କ ପରିବାରକୁ ନ୍ୟାୟ ଓ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ଫାସି ପରି କଠୋର ଦଣ୍ଡ ଦିଆଯିବା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।ମହିଳା ଡାକ୍ତର ଙ୍କ ଉପରେ ହୋଇଥିବା ଏଭଳି କାର୍ଯ୍ୟକୁ ନେଇ ଦେଶରେ ଡାକ୍ତର ମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ଲାଗୁ କରିବା ପାଇଁ ଦାବି ମଧ୍ୟ କରିଥିଲେ ସ୍ୱାସ୍ଥ୍ୟ ସେବାଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ କର୍ଯ୍ୟକରୁଥିବା ମହିଳା ଡାକ୍ତର ମାନେ ଯଦି କାର୍ଯ୍ୟ ସ୍ଥଳୀରେ ସୁରକ୍ଷିତ ନୁହଁନ୍ତି ତେବେ ଗ୍ରାମାଞ୍ଚଳର ମହିଳା ମାନେ କେତେ ସୁରକ୍ଷିତ ବୋଲି ମହିଳା ସଂଗଠନ ର ନେତ୍ରୀମାନେ ପ୍ରଶ୍ନ ଉଠାଇଛନ୍ତି।ସ୍ବାଧୀନତାର ୭୮ ବର୍ଷ ପରେବି ଦେଶରେ ଆଜିବି ମହିଳା ମାନେ ସୁରକ୍ଷିତ ନୁହନ୍ତି ବୋଲି ସଂଗଠନ ର କର୍ମକର୍ତ୍ତା ମାନେ ପ୍ରକାଶ କରିଛନ୍ତି।
36