ନୟାଗଡ: ଆଦିବାସୀ ଅଧୁସିତ ଅଞ୍ଚଳରେ ଥିବା ଜନ ସାଧାରଣ ମାନଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସାହାଯ୍ୟର ହାତ ବଢ଼ାଇଲେ ଭାରତୀୟ ଯୁବ ଚିକିତ୍ସକ ସଂଘ ଓଡିଶା ଶାଖା ଓ ସୀତାରାମ ଯୁବକ ସଂଘ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ କଳସ ଖମଣ ପଂଚାୟତ ଅଧୀନ ଉଲି ସାହି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଏହି ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମକୁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଶୁଭାରମ୍ଭ କରିଥିଲେ । ଏଥିରେ କଟକ ଭୁବନେଶ୍ୱରରୁ ୧୫ ଜଣ ଅଭିଜ୍ଞ ଡାକ୍ତର ଯୋଗ ଦେବା ସହିତ ନୟାଗଡ଼ ଜିଲ୍ଲା ବ୍ଲଡ଼ ବ୍ୟାଙ୍କ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ଭାରତୀୟ ଚିକିତ୍ସକ ସଙ୍ଘ ଓଡିଶା ଶାଖାର ସଭାପତି ଡାକ୍ତର ଚିନ୍ମୟ କୁମାର ସାହୁଙ୍କ ନେତୃତ୍ୱରେ ୧୫ ଜଣ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ପ୍ରାୟ ୬୦୦ ରୁ ଉର୍ଦ୍ଧ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ମାଗଣା ଔଷଧ ବଣ୍ଟନ ସହିତ ୨୭୦ ଜଣ ଲୋକଙ୍କର ଆଖି ପରୀକ୍ଷା କରି ଚଷମା ବଣ୍ଟନ କରାଯାଇଥିଲା । ଏଥି ସହିତ ନୟାଗଡ଼ ଜିଲ୍ଲା ବ୍ଲଡ଼ ବ୍ୟାଙ୍କ ତରଫରୁ ଆୟୋଜିତ ହୋଇଥିବା ରକ୍ତଦାନ ଶିବିରରେ ୧୭ ଜଣ ରକ୍ତଦାତା ରକ୍ତଦାନ କରିଥିଲେ । ଏଭଳି ଏକ ସ୍ୱାସ୍ଥ୍ୟ ସେବା ଶିବିର ଏକ ବିରଳ ଘଟଣା ବୋଲି ଚର୍ଚ୍ଚା ହେବା ସହ ନୂଆଗାଁ, କଳସାଖମଣ ଓ ଚଢ଼େୟାପଲ୍ଲୀ ଗ୍ରାମ ପଞ୍ଚାୟତର ଅଧିବାସୀ ଖୁସି ପ୍ରକାଶ କରିବା ସହ ଡାକ୍ତରମାନଙ୍କୁ ସାଧୁବାଦ ଜଣାଇ ହରିବୋଲ ହୁଳହୁଳି ମାଧ୍ୟମରେ ଆଶିର୍ବାଦ ଜ୍ଞାପନ କରିଥିଲେ ।
33