36

ଗ୍ରାମରେ ଗୋଷ୍ଠୀ ବିବାଦକୁ କେନ୍ଦ୍ର କରି ହିଂସା ଆଶଙ୍କା !

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତୋଲ ତହସିଲ ଅଧୀନ ଜଗନ୍ନାଥପୁର ପାଞ୍ଚାୟତ ଚୋଟଳ ଗ୍ରାମ ରେ ଲାଗି ରହିଥିବା ଗୋଷ୍ଠୀ ବିବାଦ କୁ ନେଇ ଆଜି ଜିଲ୍ଲା ର ନୂତନ ଜିଲ୍ଲାପାଳ ଙ୍କୁ ଭେଟି ଅଭିଯୋଗ କରିଛନ୍ତି ଗ୍ରାମବାସୀ..
ସୂଚନା ଅନୁସାରେ ଉକ୍ତ ଗ୍ରାମ ର ମାଆ କେନ୍ଦୁଳେଇ ଙ୍କ ୯୦ ଡ଼ିସିମିଲ ଚାଷଜମି କୁ ଗ୍ରାମବାସୀ ଙ୍କ ସୁପାରିଶ କ୍ରମେ ଉକ୍ତ ଗ୍ରାମର ଭୂମିହୀନ ବ୍ୟକ୍ତି ଭଗବାନ ପରିଡ଼ା ଦୀର୍ଘ ପନ୍ଦର ବର୍ଷ ହେବ ଚାଷୀ କରିଆସୁଛନ୍ତି, ଓ ପ୍ରତିବର୍ଷ ର ଦେୟ ସୁଚାରୁ ରୂପେ ଗ୍ରାମ ଫଣ୍ଡ କୁ ହସ୍ତାନ୍ତର କରନ୍ତି. କିନ୍ତୁ ଚଳିତ ବର୍ଷ ଗ୍ରାମ ସଭା ର ଲିଖିତ ଅନୁମୋଦନ ପରେ ବି ଗ୍ରାମ ର ଶିବ ଶଙ୍କର ଜେନା ଜୋର ଜବରଦସ୍ତ ଉକ୍ତ ଜମି କୁ ଦଖଲ କରି ଚାଷ କରିଛନ୍ତି, ଗ୍ରାମର ଆଉ କିଛି ଅସାଧୁ ବ୍ୟକ୍ତି ରାଜନୈତିକ ଆକ୍ରୋଶ ରଖି ଶିବଶଙ୍କରଙ୍କୁ ସାହାଯ୍ୟ କରିବା ସହ, ଭଗବାନ ପରିଡ଼ା ଙ୍କୁ ନାନା ପ୍ରକାର ଧମକ ଚମକ ଦେଉଛନ୍ତି..

ଗ୍ରାମ ର ପାଣ୍ଠି (ଅର୍ଥ ରାଶି )କୁ ନିଜ ହାତ ରେ ଜୋର ଜବରଦସ୍ତ ରଖି, ଗ୍ରାମବାସୀ ଅନୁରୋଧ ପରେ ବି ଗ୍ରାମ ମନ୍ଦିର ର ଉନ୍ନତି କାର୍ଯ୍ୟ ପାଇଁ ଦେଉନାହାନ୍ତି.. ଖାଲି ସେତିକି ନୁହେଁ ଗ୍ରାମ ର ସରକାରୀ ଜମି ରୁ ଗଛ କାଟି ଉକ୍ତ ଅର୍ଥ କୁ ହରିଲୁଟ କରିଥବା ଗ୍ରାମବାସୀ ଅଭିଯୋଗ ରେ ଦର୍ଶାଇ ଛନ୍ତି.. ଏ ବାବଦରେ ଗ୍ରାମବାସୀ ମାନେ ତିର୍ତୋଲ ଥାନା ଓ ତହସିଲଦାର ଙ୍କ ପାଖରେ ଅଭିଯୋଗ କଲାପରେ, କିଛି ହିତାକାଂକ୍ଷୀ ଭଦ୍ର ବ୍ୟକ୍ତି ଙ୍କ ଦ୍ୱାରା ଘଟଣା ର ସମାଧାନ କରାଯାଇ ଥିଲେ ବି ଉକ୍ତ ଶିବ ଶଙ୍କର ଜେନା ତାଙ୍କର କିଛି ସମର୍ଥକ ଉକ୍ତ ସମାଧାନ କୁ ନ ମାନି ଗ୍ରାମ ରେ ଅଶାନ୍ତି ସୃଷ୍ଟି କରୁଛନ୍ତି. ଯାହା ଫଳରେ ଗ୍ରାମ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହେବା ର ଆଶଙ୍କା ଉପୁଜିଛି..
ତେବେ ଜିଲ୍ଲାପାଳ ଉକ୍ତ ଅଭିଯୋଗ ଶୁଣିବା ପରେ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଘଟଣା ବିଷୟରେ ତଦନ୍ତ ନିର୍ଧେଶ ଦେଇଥିବା ଜଣା ପଡିଛି.

Spread the love