ଜଗତସିଂହପୁର: ଜଗତସିଂହପୁର ସହର ସ୍ଥିତ ଏକ ଗ୍ୟାରେଜରେ ମରାମତି ପାଇଁ ଆସିଥିବା ଏକ ଘରୋଇ ଆମ୍ବୁଲାନ୍ସକୁ ଗତ କାଲି ବିଳମ୍ୱିତ ରାତିରେ କେହି ଅଜଣା ଦୁର୍ବୁତ୍ତମାନେ ପୋଡ଼ିଦେଇଥିବାର ଅଭିଯୋଗ ହୋଇଛି । ଗତକାଲି ରାତିରେ ଦୁର୍ବୁତ୍ତ ମାନେ ଆଲ୍ଲାରେଖା ଗ୍ୟାରେଜ ପରିସରରେ ଏକ ଆମ୍ବୁଲାନ୍ସ ରେ ନିଆଁ ଲଗାଇ ଫେରାର ହୋଇଯାଇଛନ୍ତି ପରେ ଗ୍ୟାରେଜରେ ଥିବା ଆମ୍ବୁଲାନ୍ସ ରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିଥିବାର ଦେଖି ସ୍ଥାନୀୟ ଲୋକେମାନେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।
ଗତକାଲି ସନ୍ଧ୍ୟାରେ ମରାମତି ପାଇଁ ଆମ୍ବୁଲାନ୍ସକୁ ଗ୍ୟାରେଜକୁ ବେଲ ପୋଖରୀ ଅଞ୍ଚଳ ର ଜଣେ ବ୍ୟକ୍ତି ଆଣିଥିଲେ ।ଆଜି ସକାଳୁ ଗ୍ୟାରେଜ ମାଲିକ ଘଟଣା ସମ୍ପର୍କରେ ଜାଣିବା ପରେ ଗାଡି ମାଲିକଙ୍କୁ ଖବର ଦେଇଥିଲେ ।ନିକଟରେ ଲାଗିଥିବା ସିସିଟିଭି ତାରକୁ କାଟିଦେବା ଫଳରେ ଆମ୍ବୁଲାନ୍ସରେ କିଏ ନିଆଁ ଲଗାଇ ଥିବା ବର୍ତମାନ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ ।ଏହି ଘଟଣାକୁ ନେଇ ଆଲାରଖା ମାଲିକ ସଦର ଥାନାରେ ଏତଲା ଦେଇଛନ୍ତି । ବର୍ତମାନ ପୋଲିସର ତଦନ୍ତ ଜାରି ରହିଛି