141

ନଜର ବାହାରେ ମଠେଶ୍ୱର ଶୈବ ପୀଠ, ଜମୁଛି ଭକ୍ତଙ୍କ ଭିଡ!

ସମ୍ବଲପୁର:ନଜର ବାହାରେ ରହିଛି ଅତି ପ୍ରାଚିନ ଶୈବ ପୀଠ ମଠେଶ୍ୱର ବାବାଙ୍କ ମନ୍ଦିର l ପାଖାପାଖି ଦୁଇ ଶହ ପଚାଶ ବର୍ଷ ତଳେ ଗୋସେଇଁ ପାହାଡ଼ ଶୀର୍ଷରେ ଉଭା ହୋଇଥିବା ଏହି ମନ୍ଦିର ସମସ୍ତଙ୍କ ଦୃଷ୍ଟି ଅଢୁଆଲରେ ରହିଯାଇଥିବା ବେଳେ ବର୍ତ୍ତମାନ ଏହି ମନ୍ଦିର ଉପରେ ବିଶ୍ୱାସ ଯମୁଛି ଭକ୍ତ ଓ ଶ୍ରଦ୍ଧାଳୁଙ୍କ l

ଜମନକିରା ବ୍ଲକ ଖରସନମାଲ ପଂଚାୟତର ଗୋସେଇଁ ପାହାଡ଼ରେ ଉଭା ହୋଇଛନ୍ତି ଏହି ଶିବ ଲିଙ୍ଗl ନାରାୟଣ ପ୍ରଧାନ ନାମକ ଜନୈକ ବ୍ୟକ୍ତି ଙ୍କୁ ସ୍ୱପ୍ନାଦେଶ ପରେ ବାବାଙ୍କ ପୂଜାର୍ଚନା ଆରମ୍ଭ ହୋଇଛି l କିନ୍ତୁ ଏହି ମନ୍ଦିର କୁ ସିଧା ସଳଖ କୌଣସି ରାସ୍ତା ନାହିଁ l କୁମକାପାଳିରୁ ତିନି କିଲୋମିଟର ମାଟି ରାସ୍ତା ରେ ଯିବା ପରେ ପଡ଼େ ଖଇରମାଲ l ସେଠାରୁ ପୁଣି ଦୁଇ କିଲୋମିଟର ସରୁ ମାଟି ରାସ୍ତାରେ ଯିବା ପରେ ଚଢିବାକୁ ପଡିଥାଏ ପାହାଡ଼ l ଏହି ପାହାଡ଼ କୋଡ଼ରେ ପୂଜା ପାଉଛନ୍ତି ମଠେଶ୍ୱର ବାବା

ଗମନାଗମନର ବିଶେଷ କିଛି ସୁବିଧା ନଥିଲେବି ଏହି ପୀଠ କିନ୍ତୁ ଶ୍ରାବଣ ମାସରେ ଚାଳଚଞ୍ଚଳ ହୋଇଛି l ଦିନକୁଦିନ ବଢୁଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ l ଏହା ଲୋକ ଲୋଚନ କୁ ଆସିବା ପରେ କିଛି ଉତ୍ସହୀ ଯୁବକ ଅଣ୍ଟା ଭିଡ଼ିଛନ୍ତି ମନ୍ଦିର ର ପୁନଃରୁଦ୍ଦାର ପାଇଁ l ସେମିତିରେ ନିଜେ ଏହି ଉତ୍ସlହୀ ଯୁବ ସମାଜ ରାସ୍ତା ନିର୍ମାଣ କରିବା ସହିତ ମନ୍ଦିର ନିର୍ମାଣ ପାଇଁ ଅଣ୍ଟା ଭିଡ଼ିଛନ୍ତି l ମଠେଶ୍ଵର ବାବା ଙ୍କ ପଛ ପଟେ ରହିଛି ଉଷlକୋଠି l ବାବାଙ୍କ ପୀଠରେ ମୟୁରଙ୍କ ନୃତ୍ୟ ଓ ମେଳ ଏକ ଅପୂର୍ବ ମନୋରମ ଦୃଶ୍ୟ ହୋଇଥିବା ବେଳେ ବନ ପାହାଡ ର ଶୋଭାରାଜୀ ମନ ମୋହିନେଇଥାଏ l ଏପରିକି ରାଜା ରାଜୁଡା ଶାସନ ସମୟରେ ରହିଥିବା ସୁଡ଼ଙ୍ଗ ଓ ଗୁମ୍ଫା ମଧ୍ୟ ଏଠାରେ ଦେଖିବାକୁ ମିଳିଥାଏ l ମଠେଶ୍ୱର ବାବା ଙ୍କ ଡାହାଣକୁ ରହିଛି ରାଜା ରଜୁଡ଼ା ସମୟର ରତ୍ନ ଭଣ୍ଡାର l ଏହି ଶୈବ ପୀଠ ପ୍ରତି ଲୋକଙ୍କ ରହିଛି ଅଗାଢ ବିଶ୍ୱାସ l ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକଙ୍କ କୁଚିଣ୍ଡା ନିର୍ବାଚନ ମଣ୍ଡଳୀରେ ଏହା ଆସୁଥିବାରୁ ମନ୍ତ୍ରୀ ମଧ୍ୟ ପୀଠ ଦର୍ଶନ କରି ମନ୍ଦିର ନିର୍ମାଣ କରିବାକୁ କଥା ଦେଇଛନ୍ତି l ବାସ୍ତବରେ ପୀଠର ବୈଶିଷ୍ଟ୍ୟ ଓ ବିଶେଷତ୍ୱକୁ ଗୁରୁତ୍ୱ ଦେଲେ ଏହି ମନ୍ଦିର ହେବ ଏକ ବିଶେଷ ଶୈବ ପୀଠ l ପ୍ରାକୃତିକ ବନରାଜୀ ଓ ସମ୍ପଦରେ ଭରପୁର ମନୋନୀୟ ପ୍ରକୃତି କୋଳରେ ବାବାଙ୍କ ଅବସ୍ଥାନ ଏକ ଲୋଭନୀୟ ପର୍ଯଟନ କ୍ଷେତ୍ରର ମାନ୍ୟତା ଦାବି କରୁଛି l
ରାଜ୍ୟ ଓ କେନ୍ଦ୍ର ସରକାର ଏଦିଗରେ ଗୁରୁତ୍ୱ ଦେଇ ଏହାର ବିକାଶ ନେଇ ଆଗେଇ ଆସିଲେ ସାମାଜିକ, ଆଧ୍ୟାତ୍ମିକ, ଆର୍ଥିକ ପ୍ରଭୃତି ଦିଗରେ ପୀଠ ପାରଦର୍ଶିତା ପ୍ରତିପାଦିତ ହୋଇପାରିବ

Spread the love