20

ମନ୍ଦିରରୁ ଫେରିବା ବାଟରେ ପିକ୍ଅପ ଭ୍ୟାନ୍ ଓଲଟିଲା ଅଳ୍ପକେ ବର୍ତ୍ତିଗଲେ ଶ୍ରଦ୍ଧାଳୁ ୨ ଆହତ!

ଏରସମା: ନିକଟ ଅତୀତରେ  ବୁଧବାର ଅପରାହ୍ନରେ ୧୪ ଜଣ ଯାତ୍ରୀଙ୍କୁ ନେଇ ଝୀମାଣି ଅଭିମୁଖେ ଯାଉଥିବା ପିକ୍ଅପ ଭ୍ୟାନ୍ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିବାରୁ ଜଣେ ବୃଦ୍ଧାଙ୍କ ସମେତ ଜଣେ ଶିଶୁ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ବାଲିତୁଠ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।ଘଟଣାରୁ ଜଣା ପଡିଛି ଗତ ବୁଧବାର ପୂର୍ବାହ୍ନରେ କୁଜଙ୍ଗ ବ୍ଲକ ଝୀମାଣି ଗ୍ରାମର କିଛି ଶ୍ରଦ୍ଧାଳୁ ଏରସମା ବ୍ଲକ୍ ଗଡକୁଜଙ୍ଗର ପ୍ରସିଦ୍ଧ କୁଞ୍ଜବୀହାରୀ ଜଗନ୍ନାଥ ମନ୍ଦିରକୁ ପୂଜାର୍ଚ୍ଚନା ପାଇଁ ଯାଇଥିଲେ। ପୂଜାର୍ଚ୍ଚନା ସାରି ଅପରାହ୍ନରେ ଝିମାଣୀ ଫେରୁଥିବା ବେଳେ,ବାଲିତୁଠ ଗୋବିନ୍ଦପୁର ନଦୀବନ୍ଧ ରାସ୍ତାରେ ପିକ୍ଅପ ଭ୍ୟାନଟି ଦୁର୍ଘଟଣା ଗସ୍ତ ହେଇଥିଲା।ଦୁର୍ଘଟଣାରେ ରାଜୁ ସେଠିଙ୍କ ଝିଅ ରାଜଲଷ୍ମୀ (୫) ଓ ସାବିତ୍ରୀ ସେଠି (୭୫) ଆହତ ହୋଇଛନ୍ତି।ଆହତଙ୍କୁ ତୁରନ୍ତ ବାଲିତୁଠ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନିଆଯାଇ ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା ଏବଂ ଯେଉଁ ୨ ଜଣ ମୁଣ୍ଡ ଫାଟିଯାଇଥିଲା ସେମାନଙ୍କ ୨ ଜଣର ମୁଣ୍ଡ ଷ୍ଟିଜି କରାଯାଇଥିଲଲେ ବି ୫ ବର୍ଷିୟ ଝିଅର ମୁଣ୍ଡରେ ଜୋର ଆଘାତ ଯୋଗୁଁ ତାର ବାନ୍ତି ନ କମିବା କାରଣରୁ ତାଙ୍କ ଅବସ୍ଥା ଗୁରୁତର ହେବାରୁ ରାଜଲକ୍ଷ୍ମୀଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବାର ଜଣାପଡିଛି।ସମ୍ପୃକ୍ତ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଛି।

Spread the love