112

ବିଶ୍ୱକୁ ଚକିତ କରି ଇତିହାସ ରଚିଲା ଇସ୍ରୋ !

ଇସ୍ରୋ: ଆଉ ଏକ ମାଇଲଖୁଣ୍ଟ ଛୁଇଁଲା ଇସ୍ରୋ। ବିଶ୍ୱକୁ ଚକିତ କରି ରଚିଲା ନୂଆ ଇତିହାସ। ଉତକ୍ଷେପଣ ହେଲା ଆର୍ଥ ଅବଜର୍ଭେସନ୍ ସାଟେଲାଇଟ୍ ଇଓଏସ -୮। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଏହା ସଫଳତାର ସହ ପରୀକ୍ଷଣ ହୋଇଛି। ଇଓଏସ -୮ ଏକ ଅପେକ୍ଷାକୃତ କ୍ଷୁଦ୍ର ଆକୃତିର ସାଟେଲାଇଟ୍। ଯାହା ପୃଥିବୀ ଚାରିପଟେ ଘୁରି କ୍ରମାଗତ ଭାବେ ପାଣିପାଗ ସମ୍ପର୍କିତ ତଥ୍ୟ ପ୍ରଦାନ କରିବ । ସାଟେଲାଇଟ୍ର ଇଓଏସ -୮ ଓଜନ ୧୭୫.୫ କିଲୋଗ୍ରାମ। ଏହାକୁ ଇସ୍ରୋ ଭୂପୃଷ୍ଠରୁ ୪୭୫ କିମି ଉଚ୍ଚତାରେ ଅବସ୍ଥାପିତ କରିବ। କେରଳ ଭଳି ଟ୍ରାଜେଡିର ପ୍ରାକ୍ ସୂଚନା ବି ଦେଇ ପାରିବ ଏହି ସାଟେଲାଇଟ୍। ଏଥିରେ ଥିବା ୩ଟି ପେଲୋଡ୍ ଦିନରାତି ପରିବେଶ ନରୀକ୍ଷଣ, ପାଣିପାଗ ପୂର୍ବାନୁମାନ, ବିପର୍ଯ୍ୟୟ ପରିଚାଳନା ଓ ଗଗନଯାନ ମିଶନରେ ସହାୟକ ହେବ ବୋଲି ଜଣା ପଡିଛି। ଏହା ମହାକାଶ ପ୍ରଯୁକ୍ତିବିଦ୍ୟାରେ ଭାରତର ଆତ୍ମନିର୍ଭରଶୀଳତାକୁ ଆହୁରି ଦୃଢ କରିବ, ଯାହା ବିଶ୍ୱ ମହାକାଶ ପ୍ରତିଯୋଗିତାରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ। ତେବେ ଇସ୍ରୋର ଏହି ସଫଳତା ନେଇ ଶୁଭେଚ୍ଛା ଜଣାଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜିର ଦିନଟି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ଦିନ ନିଶ୍ଚୟ।

Spread the love