କେନ୍ଦ୍ରାପଡା: ଦେଶ ଯେତେବେଳେ ତାର ୭୮ ତମ ସ୍ୱାଧୀନତା ଦିବସ ପାଳି ଖୁସି ମନାଉଥିଲା ସେତେବେଳେ ଗୋଟିଏ ଗାଁରେ ଝରୁଛି ଲୁହ ଆଉ କାନ୍ଦରେ ଫାଟିପଡୁଛି ଗାଁ ଦାଣ୍ଡ,ଆଉ ସେହି ଲୁହ ଦେଇଛି ଦୁଇ ନିରୀହ ପିଲାଙ୍କ ଜିଅନ୍ତା ଦଗ୍ଧ ଶରୀର,ଘଟଣାଟି ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ କୁରୁଣ୍ଟି ପଞ୍ଚାୟତ ବଳରାମପୁର ଗାଁର,ଏହି ଗାଁର ସୁକାନ୍ତ ସାହାଣୀ ଓ ଅନିତା ସାହାଣୀ ଙ୍କ ଦୁଇ ପୁଅ ଓ ଝିଅ ଗ୍ୟାସ ଟାଙ୍କି ଫାଟି ଜିଅନ୍ତା ଜଳି ଯାଇଛନ୍ତି,ଗତ କାଲି ସ୍ୱାଧୀନତା ଦିବସ ପାଳି ବିଦ୍ୟାଳୟ ରୁ ପୁଅ ସତ୍ୟରଞ୍ଜନ ସାହାଣୀ ଓ ଝିଅ ଅନୁପମା ସାହାଣୀ ଉଭୟ ଘରକୁ ଫେରି ମାକୁ ଖାଇବାକୁ କହିଥିଲେ ମା ଅନିତା ସାହାଣୀ ଲିକ ହେଉଥିବା ଗ୍ୟାସରେ ମାଚିସ ମାରି ରୋଷେଇ କରୁଥିବା ସମୟରେ ହଟାତ ଗ୍ୟାସ ଟାଙ୍କି ଫାଟି ଘର ଜଳି ଯାଇଥିଲା, ଘର ଜଳିଗଲା ପରେ ଘରୁ ବାହାରି ଆସିଥିଲେ ଅନିତା ସାହାଣୀ କିନ୍ତୁ ଘର ଭିତରେ ରହିଯାଇଥିଲା ଦୁଇ ନିରୀହ ପିଲା ଙ୍କ ଜୀବନ, କିଛି ସମୟ ଅନାଉ ଅନାଉ ଗ୍ୟାସ ଟାଙ୍କି ଫାଟିଥିଲା ଫଳରେ ଚାଲିଗଲା ଦୁଇ ନିରୀହ ଜୀବନ, ଜୀବନ ଚାଲିଗଲା ପରେ ଗାଁରେ ଛାଇ ଯାଇଥିଲା ଶୋକାକୂଳ ପରିବେଶ,ଖବର ପାଇ ଉଭୟ ଜିଲ୍ଲା ଓ ବ୍ଲକ ପ୍ରଶାସନ ପହଁଛିଥିଲେ ସୁକାନ୍ତ ସାହାଣୀ ଙ୍କ ଘରେ। ଶୋକ ସନ୍ତପ୍ତ ପରିବାର କୁ ଜିଲ୍ଲାପାଳ ରଶ୍ମି ରଞ୍ଜନ ପ୍ରଧାନ ସମବେଦନା ଜଣାଇବା ସହିତ ଦୁଇ ମୃତ ପିଲା ମାନଙ୍କ ପାଇଁ କଲେକ୍ଟର ପାଣ୍ଠି ରୁ ୬୦ହଜାରେ ଟଙ୍କା ଅନୁଦାନ କରିବା ସହ ସମ୍ପୂର୍ଣ୍ଣ ଘଟଣାର ଯାଞ୍ଚ ପାଇଁ କେନ୍ଦ୍ରାପଡ଼ା ପୋଲିସ କୁ ନିର୍ଦେଶ ଦେଇଛନ୍ତି.
27