ପାରାଦୀପ:ଭାରତବର୍ଷର ଜଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଆଜାଦିକି ଅମ୍ବୃତ୍ ମହୋତ୍ସବ ଉପଲକ୍ଷେ ସାର ଭାରତବର୍ଷରେ ସବୁ ରାଜ୍ୟରେ ୭୭ତମ ସ୍ୱାଧୀନତା ଦିବସ ଉପଲକ୍ଷେ ହର ଘର ତ୍ରୀରଙ୍ଗା ଯାତ୍ରା ୯ ଅଗଷ୍ଟ ରୁ ୧୫ ଅଗଷ୍ଟ ଯାଏ ସବୁ ଆଡେ ଭାରତ ମାତାର ଜାତୀୟ ପତାକାର ଜୟ ଗାନ ସହିତ ଦେଶକୁ ସ୍ୱାଧୀନତା ଆଣିଥିବା ବୀର ମହାପୁରୁଷମାନଙ୍କର ଦେଶ୍ ଜାତି ପ୍ରତି ବିଳିଦାନ କୁ ମନେପକାଇ ସମସ୍ତେ ଭ୍ରାତୃତ୍ୱର ଭାବନା ନେଇ ଏକାଠି ହେଇ ଦଳଗତ ନିର୍ବିଶେଷରେ ବିକାଶିତ ଭାରତ ଗଢିତେଳିବା ପାଇଁ ସଂକଳ୍ପ ନେବା ସହିତ ଓଡ଼ିଶା କୁ ମଧ୍ୟ ବିକାଶିତ ଓଡିଶାରେ ପରିଣତ କରିବା ପାଇଁ ପ୍ରୟାସ ଜାରିରଖିବା ।
ଯେଉଁ ସ୍ୱପ୍ନ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ରାଜ୍ୟ ସରକାର ଦେଖିଛନ୍ତି ତାହାକୁ ସାକାର କରିବା ଉଦ୍ଦେଶ୍ୟ ନେଇ ଆଜି ପାରାଦୀପ ନିର୍ବାଚନ ମଣ୍ଡଳୀର ବିଜେପି ପକ୍ଷରୁ ମଣିଜଙ୍ଗା ବଜାର ପାଖରୁ ହାତରେ ଜାତୀୟ ପତାକା ଧରି ହଜାର ହଜାର ସାଧାରଣ ଜନତା ଏକ ବିଶାଳ ତ୍ରୀରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହେଇ ରାହାମା ବଜାରରେ ଶେଷ ହୋଇଥିଲ। ଏହି ଶୋଭାଯାତ୍ରାରେ ପାରାଦୀପ ବିଧାୟକ ତଥା ଓଡିଆ ସରକାର ଶିଳ୍ପ ବୈଷୟିକ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ଫଦ ଚନ୍ଦ୍ର ସ୍ୱାଇଁ, ଏବଂ ଜଗତସିଂହପୁର ସାଂସଦ ଡ.ବିଭୂପ୍ରସାଦ ତରାଇ,ଓ ଜଗତସିଂହପୁର ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ସହିତ ବିଭିନ୍ନ ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ବିଜେପି କାର୍ୟ୍ୟକର୍ତ୍ତା ନ୍ରେତୃମଣ୍ଡଳୀ ସମେତ ହଜାର ହଜାର ଜନସାଧାରଣ ଯୋଗଦେଇ ଭାରତର ଗୌରବମୟ ଇତିହାସକୁ ମନେପକାଇ ଜାତୀୟ ମାତାଙ୍କୁ ସମ୍ମାନ ଜଣାଇ ସମସ୍ତେ ନିଜେ ନିଜର ଘର ଆଗରେ ଜାତୀୟ ପତାକା ବାନ୍ଧି ଆଜାଦିକି ଅମ୍ବୃତ୍ ମହୋତ୍ସବ ଆନନ୍ଦ ଉଲ୍ଲାସର ସହିତ ପାଳନ କରିବାପାଇଁ ପରାମର୍ଶ ଦେଇଥିଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ଉପସ୍ଥିତିରେ ପାରାଦୀପରେ ସଫଳ ହୋଇଛି ତ୍ରୀରଙ୍ଗା ଯାତ୍ରା