34

ଗୋଟିଏ ପୀଠରେ ପୂଜା ପାନ୍ତି ଦୁଇ ଭଉଣୀ!

ଗଞ୍ଜାମ: ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଜିଲ୍ଲା , ବିଭିନ୍ନ ମନ୍ଦିର ଏବଂ ଏହାର ସ୍ବତନ୍ତ୍ର କଳା ଓ ସଂସ୍କୃତି ପାଇଁ ଏକ ଭିନ୍ନ ପରିଚୟ ବହନ କରି ଆସିଛି । ପ୍ରତ୍ୟେକ ଗ୍ରାମ ଓ ବସ୍ତି ମାନଙ୍କ ରେ ବିଭିନ୍ନ କିମ୍ବଦନ୍ତୀ, ଇତିହାସ କୁ ଅଙ୍ଗିକାର କରି, ଛୋଟ, ବଡ଼ ଦେବାଦେବୀ , ମନ୍ଦିରଗୁଡିକରେ ପୂଜା ପାଉଛନ୍ତି । ବିଶେଷ କରି, ମାତୃଶକ୍ତି ର ଉପାସନା ଓ ପ୍ରାଧାନ୍ୟତା କୁ ପରିପୃଷ୍ଟ କରିବା ପାଇଁ ଅନେକ ଦେବୀ ମନ୍ଦିର ଏହି ଜିଲ୍ଲାରେ ପ୍ରତିଷ୍ଠିତ ହୋଇଅଛି । ମା ଭୈରବୀ, ମା ମହୁରୀ କାଳୁଆ ,ମା ତାରାତାରିଣୀ,ମା ନାରାୟଣୀ, ଭଳି ମା ଶାଉଳେଇ ମଧ୍ୟ ପ୍ରତିଷ୍ଠିତ ଦେବୀ ରୂପେ ପୂଜା ପାଉଛନ୍ତି ।

ବ୍ରହ୍ମପୁର ଠାରୁ,୩୫ କି.ମି. ଦୂରରେ, ଏବଂ ହିଞ୍ଜିଳିକାଟୁ ଠାରୁ ଅନତି ଦୂରରେ (ବୁରୁପଡ଼ା ଗ୍ରାମରେ) ମା ଶାମଳେଇ ଙ୍କ ମନ୍ଦିର ଅବସ୍ଥିତ। ଏଠାରେ ମା ଶାମଳେଇ ଓ ମା ଜାମଳେଇ ନାମରେ ଦୁଇ ଭଉଣୀ ଦୁଇ ଗୋଟି ମନ୍ଦିର ରେ ପୂଜା ପାଉଛନ୍ତି । ଏହା ଏକ ପ୍ରାଚୀନ ମନ୍ଦିର ଏବଂ ପ୍ରତିବର୍ଷ ଚୈତ୍ରମାସ ରେ ମା ଙ୍କ ସ୍ବତନ୍ତ୍ର ପୂଜା ବିଧି ପ୍ରଚଳିତ ହୋଇଥାଏ ଏବଂ ବହୁ ଆଡମ୍ବର ସହିତ ଯାତ୍ରା ର ଆୟୋଜନ ମଧ୍ୟ କରାଯାଇଥାଏ ।

ବହୁ ଦୂର ଦୂରଦୂରାନ୍ତରୁ ମାନସିକ ଜାରି ଭକ୍ତ ମାନେ ଆସି ଯାତ୍ରା ରେ ଯୋଗ ଦେଇଥାନ୍ତି । ମା ଙ୍କ ଅପାର କରୁଣା ରୁ ବିଭିନ୍ନ ମାନସିକ ଧାରୀ ଭକ୍ତ ମାନେ ନିଜର ମାନସିକ ପୂରଣ ହୋଇଥିବା କଥା ସ୍ବୀକାର କରନ୍ତି । ସ୍ଥାନୀୟ ବାସିନ୍ଦା ଏବଂ ମନ୍ଦିର ପୂଜାରୀ ଠାରୁ ଶୁଣିବା ଏକ କିମ୍ବଦନ୍ତୀ ଅନୁଯାୟୀ , କୋୖଣସି ଏକ ଯାତ୍ରା ସମୟରେ ,ମା ଜାମଳେଇ( ବଡ଼ ଭଉଣୀ) ଗୋଟିଏ କଅଁଳା ଶୀଶୁ କୁ ପନିକି ସାହାଯ୍ୟ ରେ କାଟି ଦେଉଥିବା ସମୟରେ ମା ଶାମଳେଇ (ସାନ ଭଉଣୀ) ଦେଖି ବଡ ଭଉଣୀ ଙ୍କୁ ତିରସ୍କାର କରିଥିଲେ ଏବଂ ସେ ତା ଜାମଳେଇ ଙ୍କ ଠାରୁ ଦୂରେଇ ରହିଲେ । ସେହି ଦିନ ଠାରୁ ଦୁଇ ଦେବୀ ଦୁଇ ଗୋଟି ସ୍ବତନ୍ତ୍ର ମନ୍ଦିର ରେ ପୂଜା ପାଉଛନ୍ତି ।

Spread the love