31

ଶିଶୁଙ୍କ ଜୀବନ ନେବ ଅଙ୍ଗବାଡ଼ି କେନ୍ଦ୍ର।

କେନ୍ଦ୍ରାପଡା : ଅସ୍ୱାସ୍ଥ୍ୟକର ପରିବେଶ ସହିତ ଦୀର୍ଘଦିନର ପୋକା ଚାଉଳ ଖାଉଛନ୍ତି ଶିଶୁ,ଚାଉଳରେ ଶାଲୁବାଲୁ ହେଉଛି ପୋକ। ସେହି ପୋକା ଚାଉଳ ଖାଇ ରୋଗାକ୍ରାନ୍ତ ହେଉଛନ୍ତି ଶିଶୁ। କେନ୍ଦ୍ର ଓ ରାଜ୍ୟ ସରକାର କୋମଳମତି ଶିଶୁ ମାନଙ୍କ ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ଏଠିି ନିଜ ଲାଭ ପାଇଁ ଶିଶୁର ବିକାଶ ପରିବର୍ତ୍ତେ ବିନାଶର କରୁଛନ୍ତି ୱାର୍କର,ପୋକା ଚାଉଳ ଦେଇ ଶିଶୁଙ୍କ ଶାରୀରିକ ଅସୁସ୍ଥ କରାଉଛନ୍ତି ଅଙ୍ଗନବାଡି କର୍ମୀ,ଫଳରେ ସରକାର ଶିଶୁ ବିକାଶ ପାଇଁ ଦେଉଥିବା ପୃଷ୍ଟିକର ଖାଦ୍ୟ ସ୍ବପ୍ନ ପାଲଟିଛି ,ଯଦି କେହି ଏହି ସମ୍ପର୍କ ରେ ଅଭିଯୋଗ ଆଣୁଛନ୍ତି ତାଙ୍କୁ ଥାନାରେ ପୁରେଇବାର ଧମକ ଦେଉଛନ୍ତି ଅଙ୍ଗନବାଡି ୱାର୍କର ,ଏଭଳି ଘଟଣା ରାଜନଗର ଉପାନ୍ତ ଅଞ୍ଚଳ ତାଳଚୁଆ ପଞ୍ଚାୟତ ରାଜପାଟଣା ଅଙ୍ଗନବାଡି କେନ୍ଦ୍ରରେ ଘଟିଛି, ଏହି ଅଙ୍ଗନବାଡ଼ି କେନ୍ଦ୍ରର ୱାର୍କର ସବିତା ଘଡାଇ ଟଙ୍କା ଲୋଭରେ କୋମଳମତି ଶିଶୁ ମାନଙ୍କ ଜୀବନ ସହ ଖେଳ ଖେଳୁଛନ୍ତି, ଅଙ୍ଗନବାଡି କେନ୍ଦ୍ରକୁ ଆସୁଥିବା ଚାଉଳକୁ ନିଜ ଘରେ ରଖି ପୋକ ଖୁଆଉଛନ୍ତି ସେହି ପୋକା ଚାଉଳ କୁ କୋମଳମତି ଶିଶୁଙ୍କୁ ଖାଇବାକୁ ଦେଉଛନ୍ତି,ଯେଉଁ ଚାଉଳ ଖାଇ ଶିଶୁ ରୋଗାକ୍ରାନ୍ତ ହେଉଛନ୍ତି,

ଅଭିଯୋଗ କଲେ ଅବିଭାବକ ଙ୍କୁ ଜେଲରେ ପୁରେଇଦେବକୁ ଧମକ ଦେଉଛନ୍ତି ଅଙ୍ଗନବାଡ଼ି ୱାର୍କର ସବିତା ଘଡାଇ,ଖାଲି ଏତିକି ନୁହେଁ ଅଙ୍ଗନବାଡ଼ି କେନ୍ଦ୍ରରେ ଚାଲୁଥିବା ପଞ୍ଜିକରଣ ଖାତାକୁ ନିଜ ଘରେ ରଖି ମନମୁଖୀ ପକାଉଛନ୍ତି ଶିଶୁ ଖାଉଥିବା ମଧ୍ୟାହ୍ନ ଭୋଜନ ସଂଖ୍ୟା,ସବୁ ଜାଣି ନିଦାବିଷ୍ଣୁ ସାଜିଛନ୍ତି ସୁପର ଭାଇଜର ଶୈଳପ୍ରଭା ସ୍ୱାଇଁ ,ତାଙ୍କୁ ଏ ସମ୍ପର୍କ ରେ ପଚାରିବାରୁ ସେ କ୍ୟାମେରା ଆଗରେ କିଛି ଜାଣିନଥିବା କହିଛନ୍ତି । ସୁପର ଭାଇଜର ସୁଲଚନା ରାଉତ ଙ୍କ ଏଭଳି ମନ୍ତବ୍ୟ ପରେ ସ୍ଥାନୀୟ ଅଞ୍ଚଳରେ ସଂନ୍ଧେୟ ସୃଷ୍ଟି ହୋଇଛି, ଏମିତି ନୁହେଁ ତ ସୁପର ଭାଇଜର ଓ ଅଙ୍ଗନବାଡି ୱାର୍କର ଙ୍କ ମଧ୍ୟରେ ହୋଇଛି ଡିଲ୍। ଏମିତି ନୁହେଁ ତ ଜାଣି ଶୁଣି କୋମଳମତି ଶିଶୁଙ୍କୁ ପୋକରା ଚାଉଳ ଦେଇ ଭଲ ଚାଉଳ ବଜାରରେ ବିକ୍ରି କରୁଛନ୍ତି ? ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ସନ୍ତୋଷିନୀ ଭୋଇ କହିଛନ୍ତି ଏହା ସାଙ୍ଘାତିକ ଭୁଲ ଏହା ଉପରେ ତଦନ୍ତ କରାଯିବ ତଦନ୍ତ ରେ ଯାହାର ଭୁଲ ବାହାରିବ ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Spread the love