194

ଦୁର୍ନୀତିକାରୀ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କୁ ନୂତନ ସରକାର ଙ୍କ ଛାଟ..

କନ୍ଧମାଳ :

କନ୍ଧମାଳ ଜିଲ୍ଲା ରେ ଦୁର୍ନୀତିକାରି ଜିଲ୍ଲାପାଳ ଙ୍କ କାର୍ଯ୍ୟ ଅବହେଳା ଯୋଗୁଁ ତଳ ପଦସ୍ତ ଅଧିକାରୀ ମାନେ ଗରିବ ନିରୀହ ଜନ ସାଧାରଣ ଲୋକଙ୍କୁ ନାହିଁନ ଥିବା ହଇରାଣ ହରକତ କରୁଛନ୍ତି l ଏପରିକି ଜିଲ୍ଲାପାଳ ନିଜେ ମଧ୍ୟ ଗରିବ ଜନ ସାଧାରଣ ଲୋକଙ୍କ ଦୁଃଖ ବୁଝିବାରେ ବିଫଳ ହେଇଥିବାରୁ ତାଙ୍କୁ ନୂତନ ସରକାର ପୋଲିସମେଣ୍ଟ ରେ ମାଲକାନଗିରି ଜିଲ୍ଲା କୁ ବଦଳି କରିଛନ୍ତି l ଉଦାହରଣ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଗରିବ ନିରୀହ ପରିବାର ର ଜଣେ ନିରୀହ ଯୁବକ ରାଜୀବ ଦିଗାଲ ଯାହାର କି ବାଇକ୍ ଦୁର୍ଘଟଣାରେ ଗୋଡ଼ ଭାଙ୍ଗି ଯାଇଚି l ଅଧିକ ଚିକିତ୍ସା ନିମନ୍ତେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ୍ ଙ୍କୁ ଇଲେକ୍ସନ ପୂର୍ବରୁ ଲିଖିତ ଅଭିଯୋଗ ଦେଇଥିଲେ l

ଜିଲ୍ଲାପାଳ ଙ୍କ କହିବା ଅନୁଯାଇ ରାଜୀବ ଏବଂ ତାଙ୍କ ସହପରିବାର ଇଲେକ୍ସନ ସରିଵା ପରେ ଜିଲ୍ଲାପାଳ ଙ୍କୁ ଭେଟିଥିଲେ l କିନ୍ତୁ ଦୁଃଖର ବିଷୟ କି ଜିଲ୍ଲାପାଳ ରାଜୀବ ଏବଂ ତାଙ୍କ ପରିବାର ଙ୍କୁ ଏତେ ଡେରି ହେଲାଣି ମୁ ରେଡ କ୍ରୋଶ ରୁ କୌଣସି ଆର୍ଥିକ ସହାୟତା ଦେଇପାରିବିନି ବଲି ସିଧା ମନା କରିଥିଲେ l ଗରିବ ଅସହାୟ ପରିବାର କେତେ ଯେ ଆଶା କରିକି ଜିଲ୍ଲାପାଳ ଙ୍କ କହିବା ଅନୁଯାଇ ତାଙ୍କୁ ଯାଇ ଦେଖା କରିଥିଲେ l ହେଲେ ଜିଲ୍ଲାପାଳ ଙ୍କ ଏଭଳି କଥା ଶୁଣି ନିରାଶ ହେଇ ଶେଷରେ AICWC ର ରାଜ୍ୟ ଉପସଭାପତି ତଥା ପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟ ର ଅଧ୍ୟକ୍ଷ କୁନା ଦିଗାଲ ଙ୍କୁ ଜଣେଇ ଥିଲେ l

ଅଧ୍ୟକ୍ଷ ଶ୍ରୀ ଦିଗାଲ ଉକ୍ତ ଖବର ପାଇ ତୁରନ୍ତ ରାଜୀବ ଦିଗାଲ କିପରି ଉଚ୍ଚ ଚିକିତ୍ସା ର ସୁବିଧା ପାଇ ପାରିବେ ଆଉ ସୁସ୍ତ ହେବେ ସେନେଇଁ ଫୁଲବାଣୀ ନିର୍ବାଚନ ମଣ୍ଡଳୀର ନୂତନ ବିଧାୟକ ଙ୍କ ସହ ଆଲୋଚନା କରିଥିଲେ l ଅସହାୟ ରାଜୀବ ଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରି ଅଧିକ ଚିକିତ୍ସା ନିମନ୍ତେ ଅଧ୍ୟକ୍ଷ କୁନା ଦିଗାଲ ଡକ୍ଟର୍ ଙ୍କ ସହ ପରାମର୍ଶ କରି ବ୍ରହ୍ମପୁର ଏମ୍ କେ ସି ଜି ହସ୍ପିଟାଲ କୁ ଶହେ ଆଠ ଆମ୍ବୁଲାନ୍ସ ଯୋଗେ ପଠେଇଥିଲେ l ରାଜୀବ ବ୍ରହ୍ମପୁର ମେଡିକାଲ ରେ ଉଚ୍ଚ ସ୍ତରୀୟ ଚିକିତ୍ସା ରେ ତାଙ୍କ ଗୋଡ଼ ଅପ୍ରେସନ୍ କରିବା ପରେ ସେ ଏବେ ସୁସ୍ତ ଥିବା ସୂଚନା ମିଳିଛି l ହେଲେ ଏଠି ପ୍ରଶ୍ନ ଉଠୁଛି କି ଜିଲ୍ଲାପାଳ ହେଇକି ଯଦି ଏଭଳି ଗରିବ ନିରୀହ ଜନ ସାଧାରଣ ଲୋକଙ୍କୁ ହଇରାଣ ହରକତ କରିବ ତ ଅନ୍ୟ କର୍ମଚାରୀ ମାନେ ତାଙ୍କ ଠୁ କଣ ଶିଖିବେ ?l ତେଣୁ ଏଭଳି ଦୁଃଖ ଦାୟକ ଘଟଣା କୁ ନେଇଁ ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦ ର ରାଜ୍ୟ ଉପସଭାପତି ତଥା ପ୍ରିହମ୍ ଚାରିଟେବୁଲ ଟ୍ରଷ୍ଟ ର ଅଧ୍ୟକ୍ଷ କୁନା ଦିଗାଲ ମିଡ଼ିଆ ଜରିଆରେ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ମାନ୍ୟବର ମୋହନ ଚରଣ ମାଝୀ ମହୋଦୟ ଙ୍କୁ ଜଣେଇ ଥିଲେ l ଏପରିକି ରାଜ୍ୟରେ ଥିବା ସମସ୍ତ ଜିଲ୍ଲାପାଳ ମାନଙ୍କ କାର୍ଯ୍ୟ ଅବହେଳା ଯୋଗୁଁ ଗରିବ ନିରୀହ ଜନ ସାଧାରଣ ଯୋଗ୍ୟ ହିତାଧିକାରୀ ମାନେ ସରକାରୀ ସୁବିଧା ପାଇବାରେ ପଞ୍ଚିତ ହେଉଥିବା ଖବର ମଧ୍ୟ ପ୍ରସାରଣ କରିଥିଲେ ସାମ୍ବାଦିକ କୁନା ଦିଗାଲ l

ଉକ୍ତ ଖବର କୁ ତର୍ଜମା କରି ନୂତନ ସରକାର କନ୍ଧମାଳ ଜିଲ୍ଲାର ଦୁର୍ନୀତିକାରି ଜିଲ୍ଲାପାଳ ଆଶିଷ ଶିଶ୍ୱର ପାଟିଲ୍ ଙ୍କୁ ପୋଲିସମେଣ୍ଟ ରେ ମାଲକାନଗିରି ଜିଲ୍ଲା କୁ ବଦଳି କରିଥିବା ବେଳେ ରାଜ୍ୟର ୨୦ ଟି ଜିଲ୍ଲା ର ଜିଲ୍ଲା ର ଜିଲ୍ଲାପାଳ ମାନଙ୍କୁ ବଦଳି କରିଛନ୍ତି l ନୂତନ ମୁଖ୍ୟମନ୍ତ୍ରୀ ଏଭଳି ସୁ ପଦକ୍ଷେପ ନେଇଥିବାରୁ AICWC ର ରାଜ୍ୟ ଉପସଭାପତି ତଥା ପ୍ରିହମ୍ ଟ୍ରଷ୍ଟ ର ଅଧ୍ୟକ୍ଷ କୁନା ଦିଗାଲ ଧନ୍ୟବାଦ ଜଣେଇଵା ସହିତ ଆଗାମୀ ଦିନରେ ଏଭଳି ଅନେକ ଦୁର୍ନୀତି କାରି ଅଫିସର୍ ଓ କର୍ମଚାରୀ ମାନଙ୍କ ନାମରେ ଖବର ପ୍ରଶାରଣ କରାଯିବ ବଲି ମନ୍ତବ୍ୟ ରଖିଛନ୍ତି l

Spread the love