43

ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ରେ ଯୋଗ ଦେଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ!

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବଡ ଭରଣ୍ଡୀ ଠାରେ ଥିବା ସ୍ୱାଧୀନତା ସଂଗ୍ରାମୀ ବଗା ପୂଜାରୀ ଙ୍କ ସହିଦ ମିନାର ଠାରେ ବଗା ପୂଜାରୀଙ୍କ ନାତୁଣୀ ତଥା ପୂର୍ବତନ ମନ୍ତ୍ରୀ ପରମା ପୂଜାରୀ ଙ୍କ ଉପସ୍ଥିତି ରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପରେ ଏକ ବିଶାଳ ମୋଟର ସାଇକେଲ ରାଲି ବାହାର କରି ଉମରକୋଟ ଡିଏନକେ ସ୍ଥିତ ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଦେଇ ସହର ର ସମସ୍ତ ବିଦ୍ୟାଳୟ ର ଛାତ୍ର ଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ବରିଷ୍ଠ ଆଇନଜୀବୀ ଜୟଦେବ ପରିଡା ଏବଂ ବହୁ ବିଜେପି କାର୍ଯ୍ୟକର୍ତ୍ତା ଏକ ପଦଯାତ୍ରା ରେ ବାହାରି ସହର ପରିକ୍ରମା କରି ଗାନ୍ଧୀଛକ ଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ!
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ କ୍ରମେ ଇଂରେଜ ମାନଙ୍କ ବିରୁଦ୍ଧରେ ଲଢେଇ କରି ଦେଶକୁ ସ୍ୱାଧୀନ କରିଥିବା ସ୍ୱାଧୀନତା ସଂଗ୍ରାମୀଙ୍କୁ ମନେପକେଇବା ଓ ସେମାନଙ୍କ ଦେଶପ୍ରତି ଦେଇଥିବା ବଳିଦାନ କୁ ନ ଭୁଲିବା ପାଇଁ ତ୍ରିରଙ୍ଗା ଯାତ୍ରା ର କାର୍ଯ୍ୟକ୍ରମ ରଖାଯାଇଥିଲା ।

ଏହି କାର୍ଯ୍ୟକ୍ରମକୁ ନେଇ କୌଣସି ରାଜନୀତି ନ କରି ଦେଶ ପାଇଁ ବଳିଦାନ ଦେଇଥିବା ସଂଗ୍ରାମୀ ମାନଙ୍କୁ ସମ୍ମାନ କରିବା ମୁଖ୍ୟ ଲକ୍ଷ୍ୟ ବୋଲି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ।ଏହି କାର୍ଯ୍ୟକ୍ରମ ରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ପୌରାଧ୍ୟକ୍ଷା ରାଧା ଭତରା,ଏସଡିପିଓ ମଧୁଶିକ୍ତା ମିଶ୍ର,ବିଡ଼ିଓ ପ୍ରୀତି ରଞ୍ଜନ ରଥ, ଅତିରିକ୍ତ ତହସିଲଦାର ଚିତ୍ତରଞ୍ଜନ ପଟନାୟକ,ବ୍ଲକ ଶିକ୍ଷା ଅଧିକାରୀ ବିକାଶ ସରକାର, ସମସ୍ତ ପୋଲିସ ପ୍ରଶାସନ ମୁତୟନ ଥିବା ବେଳେ ସହର ଯୁବଗୋଷ୍ଠୀ କାର୍ଯ୍ୟକ୍ରମ ଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ!

Spread the love