33

ସଭାପତିଙ୍କୁ ଗାଦିଚ୍ୟୁତ କରିବା ପାଇଁ ନଡ଼ିଆ ଅର୍ପଣ କଲେ ବ୍ୟବସାୟୀ ମାନେ l

ପାରାଦୀପ: ପାରାଦ୍ଵୀପ ବଡ଼ପଡିଆ ବଣିକ ସଂଘ ସଭାପତି ଙ୍କୁ ଗାଦିଚ୍ୟୁତ କରିବା ପାଇଁ ଆଜି ବଡପଡିଆ ବିଜୟା ମାର୍କେଟ ର ଶହ ଶହ ବ୍ୟବସାୟୀ ଭାଇ ମାନେ ଏକତ୍ରିତ ହୋଇ ମା ଦୁର୍ଗତି ନାସିନି ଦୁର୍ଗା ଓ ମା ତାରେଣି ଙ୍କୁ ନଡିଆ ଅର୍ପଣ କରିଥିବା ଦେଖିବାକୁ ମିଳିଛି l ବ୍ୟବସାୟୀ ଭାଇ ମାନଙ୍କ କହିବା ଅନୁସାରେ ଏକଛତ୍ର ବାଦ୍ ଶାସନ କରୁଥିବା ସଭାପତି ଜେଏକି ନିଜ ଇଚ୍ଛା ମୁତାବକ କାର୍ଯ କରୁଥିବା ବେଳେ କୌଣସି ବ୍ୟବସାୟୀ ଭାଇ ମାନଙ୍କର ଅସୁବିଧା ସୁବିଧା ବୁଝୁ ନଥିବା ଅଭିଯୋଗ କରିଛନ୍ତି l ଯାହାକି ବ୍ୟବସାୟୀ ଭାଇ ମାନେ ଦୀର୍ଘ ଦିନ ହେବ ବ୍ୟବସାୟ କରି ଆସୁଥିବା ବେଳେ ସେମାନେ କୌଣସି ସୁଫଳ ନ ପାଇବାରୁ ଆଜି ଏକତ୍ରିତ୍ ହୋଇ ମା ଙ୍କୁ ନଡିଆ ଅର୍ପଣ କରିଥିବା ଦେଖିବାକୁ ମିଳିଛି l

ଏହି ପଦ ଯାତ୍ରା ରାଲିରେ ମା ଦୁର୍ଗା ଙ୍କ ମନ୍ଦିର ରେ ପ୍ରଥମେ ନଡିଆ ଅର୍ପଣ କରି ପାରାଦୀପ ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇଥିଲେ ଓ ମା ତାରେଣି ‍ ‍ଙ୍କ ନାମରେ ନଡିଆ ପଠାଇ ଥିଲେ l ମା ତାଙ୍କର ବିଚାର କରିବେ ବୋଲି ମନସ୍ଥ କରିଥିଲେ ଏହି ପଦ ଯାତ୍ରାରେ ରାଲିରେ ବିଜୟା ମାର୍କେଟ ର ବହୁ ବୁଦ୍ଧିଜୀବୀ ବ୍ୟବସାୟୀ ଭାଇ ମାନେ ଥିବା ଦେଖିବାକୁ ମିଳିଥିଲା l ଏଥିରେ ଦୀର୍ଘ ଦିନ ର ବ୍ୟବସାୟୀ କରି ଆସୁଥିବା କ୍ଷୀରୋଦ ଚନ୍ଦ୍ର ସ୍ୱାଇଁ, ଅମେୟ ପାଣି, ଗୋଲେଖ ସାହୁ, ଅଶୋକ ସାହୁ, ଧ୍ରୁବ ଚରଣ ସାହୁ ,ପ୍ରିତି ରଞ୍ଜନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ

Spread the love