33

ଦୈତ ନଗରୀ ଗଣେଶ ପୂଜା କମିଟି ର ପ୍ରସ୍ତୁତି ବୈଠକ!

କଟକ: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଟକ ଭୁବନେଶ୍ୱର ଦୈତ ନଗରୀ ଗଣେଶ ପୂଜା କମିଟି ଆନୁକୂଲୟରେ କଟକ ତଳ ବାଲିଯାତ୍ରା ପଡିଆ ରେ ମହାପ୍ରଭୁ ଗଜାନନ ଙ୍କ ଶ୍ରୀ ଗଣେଶ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଏଥି ନେଇ ଏକ ପ୍ରସ୍ତୁତି ବୈଠକ କଟକ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି। ବରେଣ୍ୟ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ ପରେ , ମୁଖ୍ୟ ଅତିଥି,ପୂର୍ବତନ ବିଧାୟକ ତଥା କମିଟି ର ଅନ୍ୟ ତମ ପୃଷ୍ଟ ପୋଷାକ ଶ୍ରୀଯୁକ୍ତ ସମୀର ଦେ, ସମ୍ମାନିତ ଅତିଥି ଭାବେ ଉପଦେଷ୍ଟା

କମିଟି ର ଅଧ୍ୟକ୍ଷ ତଥା ଭାରତ ମସଲା ଅଧ୍ୟକ୍ଷ ଶ୍ରୀ ସୁରେନ୍ଦ୍ର ନାଥ ପଣ୍ଡା, ଆଇନଜୀବୀ ସଂଘ ସଭାପତି ବିଜୟ କୁମାର ଦାସ୍, ସ୍ୱେଚ୍ଛା ସେବୀ କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ଲଲାଟେନ୍ଦୁ ବଡୁ ପ୍ରମୁଖ ନିମନ୍ତ୍ରିତ ଅତିଥି ମାନେ ମତବ୍ୟକ୍ତ କରିଥଲେ। ମହୋତ୍ସବ ସମୟ ରେ ସାଂସ୍କୃତିକ କାର୍ଯ୍ୟ କ୍ରମ, ପ୍ରସେଶନ ରେ ମାଇକ ବ୍ୟବହାର ଇତ୍ୟାଦି କୁ ନେଇ ୧୧ ଦଫା ନୀତି ନିର୍ଧାରଣ ନିମନ୍ତେ ପ୍ରସ୍ତାବ ଆଗତ ସହ ଆଲୋଚନା ହୋଇଥିଲା। ଏହି ମହୋତ୍ସବ ୧୫ ଦିନ ଧରି ଚାଲିବ,ଏଥିପାଇଁ ୨୫ ରୁ ୨୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି ବୋଲି ସଭାପତି ସରୋଜ କୁମାର୍ ସିଂ ପ୍ରକାଶ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ,ଦୈତନଗରି ଗଣେଶ ପୂଜା କମିଟି ରାଜ୍ୟ ସମ୍ପାଦକ ଡକ୍ଟର ପ୍ରବୀଣ ବରାଳ,ମହାସଚିବ ଶ୍ରୀଯୁକ୍ତ ମନୋରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Spread the love