ଜାଟତସିଙ୍ଘପୁର: ହଁ ଆଜ୍ଞା ଏଠି ଏଭଳି ଏକ ପଞ୍ଚାୟତ ଅଛି ଯେଉଁଠି ଏବେବି ବିଜେଡି ର କିଛି ଚାଟୁକାର ନେତା ଙ୍କ ଛତ୍ରଛାୟା ତଳେ ରହି ସାଧାରଣ ଜନତା ହଟହଟା ର ଶିକାର ହେଉଛନ୍ତି। ସେହିଭଳି ଘଟଣା ଜଗତସିଂହପୁର ବ୍ଲକ୍ ସଦର ଓଡିଶା ପଞ୍ଚାୟତ ର ସାମନ୍ତରାପୁର ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର କୁ ନେଇ ବିବାଦ ଘଟିଛି।
ଗତ ୨୦୧୯ ନିର୍ବାଚନ ପୁର୍ବରୁ ଜଗତସିଂହପୁର ନିର୍ବାଚନମଣ୍ଡଳୀରେ ପୁର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ବାଳଙ୍କ ସହଯୋଗ ରେ ସାମନ୍ତରାପୁର ଗ୍ରାମରେ ଏକ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରାଜାଉ ଥିବା ବେଳେ ୨୦୧୯ ନିର୍ବାଚନ ପରେ ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି କଙ୍ଗ୍ରେସ ପଖ୍ୟରୁ ହୋଇଥିବା ଅଙ୍ଗନବାଡି କେନ୍ଦ୍ର କୁ ଅଧା କାମରୁ ବନ୍ଦକରି କିଛି ବିଜେଡି ଚାଟୁକାଙ୍କ କଥା ରେ ଅନ୍ୟତ୍ର ନିର୍ମାଣ କରିବାକୁ ନିର୍ଦେଶ ଦେବା ଫଳରେ ଗ୍ରାମବାସୀ ବିଜେଡି ର ଏକଛତ୍ରବାଦ ଶାସନ କାଳରେ ଚୁପ୍ ରହିଥିଲେ ।
ବର୍ତମାନ ସରକାର ବଦଳିବା ପରେ ଜଗତସିଂହପୁର ନବନିର୍ବାଚିତ ବିଧାୟକ ଅମରେନ୍ଦ୍ର ଦାସ ଆସିବା ପରେ ସାମନ୍ତରାପୁର ଗ୍ରାମବାସୀ ଙ୍କ ମନରେ ଅସିମ ସାହାସ କରିଦେଇଛି। ଯାହାଫଳରେ ଗ୍ରାମର ସତାଧିକ ମହିଳା ଓ ପୁରୁଷ ଅଙ୍ଗନବାଡି କେନ୍ଦ୍ର ଅନ୍ୟତ୍ର ନିର୍ମାଣ କରିବାକୁ ବିରୋଧ କରି ସିଡିପିଓ ଓ ଜିଲାପାଳ ଏବଂ ବିଧାୟକ ଙ୍କୁ ଅଭିଯୋଗ କରିଥିଲେ ବି ବିଜେଡି ର କିଛି ଚାଟୁକାର ନେତା ଙ୍କ ଛତ୍ରଛାୟା ତଳେ ରହି ଗୋଟେ ପଟେ ଅଧାଗଢ଼ା ଅଙ୍ଗନବାଡି କେନ୍ଦ୍ର କୁ ଛାଡ଼ି ଯେଉଁଠି ଜଳାଶ୍ରୟ ଓ ଜଙ୍ଗଲ ଏବଂ ଗୋବର ଗନ୍ଧ ସ୍ଥାନରେ ନିର୍ମାଣ କରିଜାଉଥିବା କୁ ନେଇ ତାତିଲେ ଶତାଧିକ ମହିଳା ଓ ପୁରୁଷ। ଏଠି ପ୍ରଶ୍ନ ଉଠେ ଗୋଟେ ପଟେ କଙ୍ଗ୍ରେସ ର ପୁର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ବାଳଙ୍କ ସହଯୋଗ ରେ ହୋଇଥିବା ଅଙ୍ଗନବାଡି କେନ୍ଦ୍ର କୁ ଅଧାଗଢ଼ା ଛାଡିଦୀଆଜାଉଛି । ଓ କାହା ନିର୍ଦେଶ ରେ ଲଖ୍ୟାଧିକ ଟଙ୍କା ଖର୍ଚ କରି କରାଯାଇଥିବା ଅଙ୍ଗନବାଡି କେନ୍ଦ୍ର କୁ ଛାଡ଼ି ଅନ୍ୟପଟେ କିଭଳି ବିଗତ ଦିନରେ ବିଜେଡି ର ବିଜେଡି ର ପ୍ରସାନ୍ତ ମୁଦୁଲିଙ୍କ ଷ୍ଟାର ପ୍ରଚାରକ ସେହି କଙ୍ଗ୍ରେସ ର ଚିରଞ୍ଜିବୀ ବିଶ୍ବାଳଙ୍କୁ ଧରି ଭୋଟ ପାଇଁ ଙ୍ଗା ଗହଳିରେ ବୁଲାଉଥିବା ଘଟଣା ସାଧାରଣ ରେ ଏକ ପ୍ରଶ୍ନବାଚୀ ଛିଡ଼ା କରିଛି।
କେବଳ ଭୋଟପାଇ ସାଧାରଣ ଲୋକଙ୍କୁ କଣ ଭକୁଆ ବନେଇ ରଖାଯାଉଥିଲା ଏଭଳି ଏକ ବିରାଟ ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ଏକପ୍ରକାର ଭୟଶୃଷ୍ଟି କଲାଣି। ତେବେ ଦେଖିବାର ଅଛି ଜଗତସିଂହପୁର ଜିଲ୍ଲା ପ୍ରସାସନ କେବେ ସାମନ୍ତରାପୁର ଗ୍ରାମବାସୀ ଙ୍କ ଅଙ୍ଗନବାଡି କେନ୍ଦ୍ର କୁ ନେଇ ତଦନ୍ତ କରି ଉଚିତ ପଦକ୍ଷେପ ନିଆଯିବ ଜାହାକୁ ନେଇ ସାଧାରଣ ଜନତା ଚାହିଁ ବସିଛନ୍ତି।